www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା ପ୍ରଭାବ: କର୍ମଚାରୀଙ୍କ ବେତନ ହ୍ରାସ କଲେ ୩ ବିମାନ କମ୍ପାନୀ

ମୁମ୍ବଇ: କରୋନା ଭୂତାଣୁ ଯୋଗୁ ବିମାନ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକର ବ୍ୟବସାୟ ଧ୍ଵସ୍ତବିଧ୍ଵସ୍ତ ହୋଇଯାଇଛି। ଏହି କମ୍ପାନୀଗୁଡ଼ିକ ବହୁ କୋଟି ଟଙ୍କା କ୍ଷତି ସହିଲେଣି। ତେଣୁ ଏହାର ଭରଣା କରିବା ଲାଗି କମ୍ପାନୀଗୁଡ଼ିକ ଖର୍ଚ୍ଚକାଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଇଣ୍ଡିଆ, ଗୋ ଏୟାର ଏବଂ ଇଣ୍ଡିଗୋ ପକ୍ଷରୁ ଏହାର କର୍ମଚାରୀମାନଙ୍କର ବେତନ ହ୍ରାସ କରାଯାଇଛି।

କୋଭିଡ୍‌-୧୯ ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଋଣରେ ବୁଡ଼ିଥିବା ଭାରତୀୟ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ। ଏହାର ମୁକାବିଲା ପାଇଁ ସଂସ୍ଥା କର୍ମଚାରୀଙ୍କ ବିଭିନ୍ନ ଭତ୍ତା ହ୍ରାସ କରିବାକୁ ଘୋଷଣା କରିଛି। ଏଗ୍‌ଜିକ୍ୟୁଟିଭ ପାଇଲଟ, କ୍ୟାବିନ୍‌ କ୍ରୁ ଏବଂ ଅଧିକାରୀଙ୍କ କେତେକ ଭତ୍ତା କାଟିବାକୁ ଏୟାର ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ଗୋ ଏୟାର କର୍ମଚାରୀମାନଙ୍କୁ ରୋଟେଶନ ଭିତ୍ତିରେ ବାଧ୍ୟତାମୂଳକ ଛୁଟି ଦେବାକୁ ଘୋଷଣା କରିଛି। ଏହି ଛୁଟି ପାଇଁ ଦରମା ପ୍ରଦାନ କରାଯିବ ନାହିଁ।

- Advertisement -

ଏହାବ୍ୟତୀତ ଇଣ୍ଡିଗୋ ପକ୍ଷରୁ ଗୁରୁବାର ଏହାର କର୍ମଚାରୀମାନଙ୍କୁ ଚିଠି କରାଯାଇ ବେତନ କାଟ୍‌ ସମ୍ପର୍କରେ କୁହାଯାଇଛି। ଇଣ୍ଡିଗୋ ସିଇଓ ରୋନୋ ଦତ୍ତ କହିଛନ୍ତି, ସେ ବ୍ୟକ୍ତିଗତ ଭାବେ ନିଜର ୨୫ ପ୍ରତିଶତ ଦରମା କାଟ୍‌ କରିଛନ୍ତି। ଏସଭିପିମାନେ ୨୦ ପ୍ରତିଶତ ଏବଂ କକ୍‌ପିଟ୍‌ କ୍ରୁ ୧୫ ପ୍ରତିଶତ, ଏଭିପି, ବ୍ୟାଣ୍ଡ୍‌ସ ଡି ଓ କ୍ୟାବିନ କ୍ରୁ କର୍ମଚାରୀଙ୍କର ୧୦ ପ୍ରତିଶତ, ବ୍ୟାଣ୍ଡ ସି କର୍ମଚାରୀଙ୍କର ୫ ପ୍ରତିଶତ ଦରମା କାଟ କରାଯାଇଛି। ବର୍ତ୍ତମାନ ଜାରି ରହିଥିବା ସ୍ଥିତିରେ କର୍ମଚାରୀମାନଙ୍କ ତ୍ୟାଗ ବିନା କମ୍ପାନୀ ଚାଲି ପାରିବ ନାହିଁ ବୋଲି ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories