ମାନ୍ଧାତା ବାବା ମହାବିଦ୍ୟାଳୟରେ ଭୋଟର ସଚେତନତା

ସମ୍ବଲପୁର : ସମ୍ବଲପୁରର ଉପକଣ୍ଠସ୍ଥ ମାନେଶ୍ୱର ଠାରେ ସ୍ଥିତ ମାନ୍ଧାତା ବାବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଶୁକ୍ରବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନେଶ୍ୱର ଗୋଷ୍ଠି ଉନ୍ନୟନ ଅଧିକାରୀ ଅତିଥି ରୂପେ ଯୋଗ ଦେଇ ମତଦାନ ଦେବା ଆମର ଅଧିକାର ଏବଂ ସଚେତନ ହୋଇ ନିଜର ମତ ସାବ୍ୟସ୍ତ କରିଲେ ଯୋଗ୍ୟ ପ୍ରତିନିଧି ପାଇ ପାରିବା ବୋଲି ମତ ଦେଇଥିଲେ । ୧୮ ବର୍ଷର ସମସ୍ତେ ନିଜର ନାମ ପଞ୍ଜୀକରଣ କରି ମତାଦାତା ଆବଶ୍ୟକ ବୋଲି ସୂଚନା ପ୍ରଦାନ କାର୍ଯ୍ୟକ୍ରମରେ କରାଯାଇଥିଲା । ଏ ସମ୍ପର୍କିତ ବିଭିନ୍ନ ଭିଡିଓ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦର୍ଶନ କରି ମତଦାନ ଅଧିକାରୀ ଉପରେ ଅବଗତ କରାଯାଇଥିଲା । ଜାତୀୟ ସେବା ଯୋଜନା ଅଧିକାରୀ ଡ. ସତ୍ୟ ନାରାୟଣ ଠାକୁର ଓ ୩ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ମିତା  ଗୃପ ହୋଇଥିଲା । ସେମାନେ ଅନ୍ୟ ମାନଙ୍କୁ ଆଭାଷି ମଧ୍ୟାମରେ ପଞ୍ଜିକରଣରେ ସହଯୋଗ କରିବେ । ଏହି ଅବସରରେ ମାନେଶ୍ୱର ଅଞ୍ଚଳର ଅଙ୍ଗନୱାଡି ଦିଦି ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଗଣ୍ଡା ରାମ ଘଡିଏଲ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ଅଧ୍ୟାପକ ସତ୍ୟ ନାରାୟଣ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.