www.samajalive.in
Saturday, December 6, 2025
16.1 C
Bhubaneswar

ଓଡ଼ିଶାରେ ବଢିଛି ଭୋଟର ସଂଖ୍ୟା

ଭୁବନେଶ୍ୱର : ଆସନ୍ତା ସାଧାରଣ ଓ ବିଧାନ ସଭା ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୋମବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ ହୋଇଛି। ଗତ ନିର୍ବାଚନର ଭୋଟର ତାଲିକା ତୁଳନାରେ ଚଳିତ ବର୍ଷ ଭୋଟରଙ୍କ ସଂଖ୍ୟା ବୃଦ୍ଧି ହୋଇଛି ବୋଲି ନିର୍ବାଚନ କମିଶନ କହିଛନ୍ତି। ରାଜ୍ୟରେ ୩ କୋଟି ୧୮ ଲକ୍ଷ ୭୮୭ ଜଣ ଭୋଟର । ୪ ଲକ୍ଷ ୧୧ ହଜାର ୫୦୫ ନୂଆ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଭୋଟର ତାଲିକାରେ ୫ଲକ୍ଷ ୩୯ ହଜାର ୪୫୪ ବୃଦ୍ଧି ହୋଇଛି। ତାଲିକାରେ ୨ ଲକ୍ଷ ୯୭ ହଜାର ୩୨୩ଟି ଭୋଟର ସନ୍ଦେହଜନକ ଥିଲା। ୧ଲକ୍ଷ ୮୦ ହଜାର ଭୋଟର ତାଲିକାରୁ ବାଦ ପଡ଼ିଛନ୍ତି। ତାଲିକାରେ ଯେଉଁ ଭୋଟରଙ୍କ ନାଁ ନାହିଁ କିମ୍ବା କିଛି ତ୍ରୁଟି ରହିଛି , ସେମାନେ ଆବେଦନ କରିପାରିବେ ବୋଲି ସେ କହିଛନ୍ତି। ମୁଖ୍ୟ ସଚିବ, ମୁଖ୍ୟ ନିର୍ବାଚନ ଅଧିକାରୀ , ବରିଷ୍ଠ ପୁଲିସ ଅଧିକାରୀ ଏଥିରେ ଉପସ୍ଥିତ ଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories