www.samajalive.in
Saturday, December 6, 2025
15.1 C
Bhubaneswar

୨୫୦କୋଟି ବର୍ଷ ପୂର୍ବେ ଭାରତରେ ଥିଲା ଜୀବନ:ଆଇଆଇଟି ଗବେଷକଙ୍କୁ ମିଳିଲା ପ୍ରମାଣ

ଖଡ଼ଗପୁର: ଆଇଆଇଟି ଖଡ଼ଗପୁରର ଗବେଷକଙ୍କୁ ୨୫୦କୋଟି ବର୍ଷ ପୂର୍ବେ ଭାରତରେ ଜୀବନ ଥିବା ପ୍ରମାଣ ମିଳିଛି। ପୃଥିବୀ ପୃଷ୍ଠରେ ଜୈବ-ରାସାୟନିକ ପରିବର୍ତ୍ତନ ହେତୁ ଧରାପୃଷ୍ଠରେ ଅମ୍ଳଜାନ ଗ୍ୟାସ ଉତ୍ପନ୍ନ ହୋଇଥିଲା। ୨୪୦କୋଟି ବର୍ଷ ପୂର୍ବେ ଏହି ପ୍ରକ୍ରିୟା ପରେ ପୃଥିବୀ ପୃଷ୍ଟରେ ଜୀବଜନ୍ତୁଙ୍କ ଜନ୍ମ ହୋଇଥିଲା। “ଗ୍ରେଟ ଅକ୍ସଡାଇସନ୍‍ ଇଭେଣ୍ଟ’ ନାମରେ ପରିଚିତ ଏହି ତଥ୍ୟକୁ ଭିତ୍ତି କରି ପୃଥିବୀ ପୃଷ୍ଠରେ ୨୪୦କୋଟି ବର୍ଷ ପୂର୍ବେ ପ୍ରାଣ ସଞ୍ଚାର ହୋଇଥିଲା ବୋଲି ବିଶ୍ୱାସ କରାଯାଏ।
ତେବେ ଆଇଆଇଟି ଖଡ଼ଗପୁରର ବିଶେଷଜ୍ଞଙ୍କ ତଥ୍ୟ ଅନୁଯାୟୀ ୨୫୦କୋଟି ବର୍ଷ ପୂର୍ବେ ଭାରତ ପୃଷ୍ଠରେ ଜୀବିତ ପ୍ରାଣୀଙ୍କ ଚଳପ୍ରଚଳ ଥିଲା ବୋଲି ପ୍ରମାଣିତ ହୋଇଛି। ପୃଥିବୀ ପୃଷ୍ଠରେ ସର୍ବପ୍ରଥମେ ଜୀବାଣୁଙ୍କ ଉତ୍ପନ୍ନ ହୋଇଥିବା ପ୍ରମାଣିତ ରହିଥିବାବେଳେ ଦକ୍ଷିଣଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ପୃଥିବୀର ସର୍ବପ୍ରଥମ ଜୀବାଣୁର ଆବିର୍ଭାବ ହୋଇଥିବା ଆଇଆଇଟ ଗବେଷକଙ୍କୁ ପ୍ରମାଣ ମିଳିଛି। ଗବେଷକଙ୍କ ଏଭଳି ତଥ୍ୟ ଭୂ-ବିଜ୍ଞାନୀ ଓ ମୃତ୍ତିକା ବିଶେଷଜ୍ଞଙ୍କୁ ଚକିତ କରିଦେଇଛି। ଗବେଷକଙ୍କୁ ଏହି ବ୍ୟାକ୍ଟେରିଆଙ୍କ ସୁରାକ ସେହି ସମୟରେ ମିଳିଛି ଯେଉଁ ସମୟରେ ପୃଥିବୀ ପୃଷ୍ଠ କ୍ରମାଗତ ଭୂମିକମ୍ପ ଓ ଅନିୟମିତ ବାତାବରଣ ପରିବର୍ତ୍ତନର ଜାରି ରହିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories