www.samajalive.in
Sunday, December 7, 2025
26.1 C
Bhubaneswar

ବଢ଼ୁଛି ଅର୍ଥନୈତିକ ବୈଷମ୍ୟ

ନୂଆଦିଲ୍ଲୀ: ୨୦୧୮ ଆର୍ଥିକ ବର୍ଷ ଭାରତର ଅତ୍ୟୁଚ୍ଚ ଧନୀଙ୍କ ପାଇଁ ଉତ୍କୃଷ୍ଟ ପ୍ରମାଣିତ ହୋଇଛି। କାରଣ ଏହି ବର୍ଷରେ ଭାରତର ସିଂହଭାଗ ସମ୍ପତ୍ତିର ମାଲିକ ୧ପ୍ରତିଶତ ଅତ୍ୟୁଚ୍ଚ ଧନୀମାନଙ୍କ ଆୟରେ ୩୯ ପ୍ରତିଶତ ବୃଦ୍ଧି ଘଟିଛି। ସେହି ଅନୁପାତରେ ଗରିବଙ୍କ ସମ୍ପତ୍ତିରେ କେବଳ ୩ ପ୍ରତିଶତ ବୃଦ୍ଧି ଘଟିଛି। ଅକ୍ସଫାମ୍‍ ଦ୍ୱାରା କରାଯାଇ ଥିବା ସର୍ବେକ୍ଷଣରେ ଏହି ରିପୋର୍ଟ ସୋମବାର ସର୍ବସାଧାରଣରେ ପ୍ରକାଶ କରାଯାଇଛି।
ବିଶ୍ୱସ୍ତରରେ ଅତ୍ୟୁଚ୍ଚ ଧନୀଙ୍କ ସମ୍ପତ୍ତି ପରମାଣ ୧୨ ପ୍ରତିଶତ ଅଭିବୃଦ୍ଧି ହୋଇଥିବାବେଳେ ଗରିବମାନେ ଅଧିକ ଗରିବ ହୋଇଛନ୍ତି। ସେମାନଙ୍କ ସମ୍ପତ୍ତିରେ ୧୧ ପ୍ରତିଶତ ହ୍ରାସ ପାଇଛି। ସୁଇଜରଲ୍ୟାଣ୍ଡରେ ସ୍କାଏ ରିସୋର୍ଟ ଟାଉନରେ ବିଶ୍ୱ ଅର୍ଥନୈତିକ ଫୋରମ (ଡବ୍ଲୁଇଏଫ)ଆରମ୍ଭ ହେବାର ୫ ଦିନ ପୂର୍ବରୁ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ଅକ୍ସଫାମର ରିପୋର୍ଟରେ ୧୩.୬କୋଟି ଭାରତୀୟ ସବୁଠାରୁ ଗରିବ ବୋଲି ଦର୍ଶାଇଥିବାବେଳେ ସେମାନଙ୍କୁ ଦେଶର ମୋଟ୍‍ ଜନସଂଖ୍ୟାର ୧୦ ପ୍ରତିଶତ ବୋଲି ଦର୍ଶାଯାଇଛି। ଏହି ଗରିବ ୨୦୦୪ରୁ ନିଜ ଦୈନନ୍ଦିନ ଜୀବନ ସହ ସଂଗ୍ରାମ କରୁଥିବାବେଳେ ସେମାନଙ୍କ ଆର୍ଥିକ ସ୍ଥିତିରେ ୨୦୧୮ରେ କେବଳ ୩ପ୍ରତିଶତ ବୃଦ୍ଧି ପାଇଛି। ସମଗ୍ର ବିଶ୍ୱସ୍ତରରେ ଧନୀ ଓ ଗରିବଙ୍କ ମଧ୍ୟରେ କ୍ରମଶଃ ଅର୍ଥନୈତିକ ବ୍ୟବଧାନ ବୃଦ୍ଧି ପାଇବା ଘଟଣାକୁ ଅକ୍ସଫାମ୍‍ ତା’ର ରିପୋର୍ଟରେ ବିପଦପୂର୍ଣ୍ଣ ବୋଲି ଦର୍ଶାଇବା ସହ ଏହା ଦ୍ୱାରା ବିଶ୍ୱସ୍ତରରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ବୋଲି ମତବ୍ୟକ୍ତ କରିଛନ୍ତି।
ଅକ୍ସଫାମର ନିର୍ଦେଶକ ୱିନି ବ୍ୟାନିମା ଡବ୍ଲୁଇଏଫ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଉଥିବାବେଳେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାରତୀୟ ଧନୀକଙ୍କ ଅଭିବୃଦ୍ଧି ତୀବ୍ର ବେଗରେ ବୃଦ୍ଧି ପାଉଥିବାବେଳେ ଗରିବ ଗୋଟିଏ ଓଳିର ଆହାର ଖାଇବାକୁ ସଫଳ ହେଉଛି। ଔଷଧ ଖର୍ଚ୍ଚ ବହନ କରିବାରୁ ମଧ୍ୟ ସେମାନେ ବଞ୍ôଚତ ହେଉଛନ୍ତି। ଏହି ଅନୁପାତରେ ଦେଶର କେବଳ ୧ ପ୍ରତିଶତ ଧନୀକଙ୍କ ସମ୍ପତ୍ତି ବଢି ଚାଲିବା ସହ ଗରିବଙ୍କ ଅସହାୟତା ଆଗାମୀ ଦିନରେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଧୂଳିସାତ କରିବା ସହ ସାମାଜିକ ବ୍ୟବସ୍ଥାକୁ ପ୍ରଭାବିତ କରିବ ବୋଲି ଶ୍ରୀମତୀ ବ୍ୟାନିମା ମତବ୍ୟକ୍ତ କରିଛନ୍ତି।
୧୦ ପ୍ରତିଶତ ଜନସଂଖ୍ୟା ପାଖରେ ଦେଶର ମୋଟ୍‍ ୭୭.୪ ପ୍ରତିଶତ ସମ୍ପତ୍ତିର ମାଲିକାନା ରହିଥିବାବେଳେ ଦେଶର ପ୍ରମୁଖ ବିତ୍ତଶାଳୀ ବ୍ୟକ୍ତିବିଶେଷ ତଥା ୧ ପ୍ରତିଶତ ବ୍ୟକ୍ତି ବିଶେଷଙ୍କ ପାଖରେ ଦେଶର ୫୧.୫୩ ପ୍ରତିଶତ ସମ୍ପତ୍ତି ରହିଛି। ଏଭଳି ପରିସ୍ଥିତିରେ ଦେଶର ୬୦ ପ୍ରତିଶତ ଗରିବଙ୍କ ପାଖରେ ଅବଶିଷ୍ଟ ୪.୮ ପ୍ରତିଶତ ସମ୍ପତ୍ତି ରହିଛି। ଦେଶର ପ୍ରମୁଖ ୯ଜଣ ଧନୀକଙ୍କ ମୋଟ୍‍ ସମ୍ପତ୍ତିର ପରିମାଣ ୫୦ ପ୍ରତିଶତ ଜନସଂଖ୍ୟାର ସମ୍ପତ୍ତି ସମତୁଲ୍ୟ ହୋଇଯାଇଛି।
ଗତ ବର୍ଷ ଭାରତୀୟ ଅର୍ଥନୀତିରେ ୧୮ଜଣ ନୂଆ କୋଟିପତି ସାମିଲ ହୋଇଛନ୍ତି। ଏହି ପ୍ରକ୍ରିୟାରେ ଦେଶରେ ମୋଟ୍‍ ୧୧୯ଜଣ କୋଟିପତିଙ୍କ ନିକଟରେ ୨୮ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି। ଅଥଚ ଏହି ତୁଳନାରେ ଦେଶର ପ୍ରମୁଖ ଧନୀ ସେମାନଙ୍କ ସମ୍ପତ୍ତିର ଅଭିବୃଦ୍ଧି ତୁଳନାରେ କେବଳ ୦.୫ ପ୍ରତିଶତ ଅଧିକ ଟିକସ ପ୍ରଦାନ କରୁଛନ୍ତି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories