ଚଣ୍ଡୀଗଡ଼/ମୁମ୍ବଇ: ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ସୋମବାର ଭୋଟଗ୍ରହଣ ଅନୁଷ୍ଠିତ ହେଉଛି। ହରିୟାଣାରେ ମଧ୍ୟାହ୍ନ ୧୨ଟା ସୁଦ୍ଧା ୨୨ ପ୍ରତିଶତ ମତଦାନ ହୋଇଥିବାବେଳେ ମହାରାଷ୍ଟ୍ରରେ ୧୪ ପ୍ରତିଶତ ମତଦାନ ହୋଇଛି। ମହାରାଷ୍ଟ୍ରରେ ବହୁ ବରିଷ୍ଠ ନେତା ଏବଂ ଅଭିନେତା ନିଜର ମତ ସାବ୍ୟସ୍ତ କରିଛନ୍ତି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପରିବାର ସହିତ ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି। ସେହିପରି ସଚିନ ତେନ୍ଦୁଲକର ପତ୍ନୀ ଅଞ୍ଜଳିଙ୍କ ସହିତ ଆସି ଭୋଟଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମଧ୍ୟ ପରିବାର ସହିତ ଆସି ନିଜର ମତ ସାବ୍ୟସ୍ତ କରିଛନ୍ତି। ମହାରାଷ୍ଟ୍ରରେ ୨୮୮ ଆସନରେ ମୋଟ ୩୨୩୭ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭୋଟରଙ୍କ ପାଇଁ ୬୬ ହଜାର ୬୬୧ ବୁଥ କରାଯାଇଛି। ରାଜ୍ୟର ପ୍ରାୟ ୮କୋଟି ୯୦ ଲକ୍ଷ ଭୋଟର ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଥିବାବେଳେ ହରିୟାଣାରେ ୯୦ ବିଧାନସଭା କ୍ଷେତ୍ରରେ ୧ କୋଟି ୮୦ ଲକ୍ଷ ଭୋଟର ୧୧୬୮ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ।
ମଧ୍ୟାହ୍ନ ସୁଦ୍ଧା ହରିୟାଣାରେ ୨୨ ଓ ମହାରାଷ୍ଟ୍ରରେ ୧୪ ପ୍ରତିଶତ ମତଦାନ: ପରିବାର ସହ ଆସି ଭୋଟ ଦେଲେ ସଚିନ, ଫଡନବୀସ, ଉଦ୍ଧବ ଠାକରେ
Popular Categories



