www.samajalive.in
Saturday, December 6, 2025
26.1 C
Bhubaneswar

ଭୋକ୍ସୱାଗେନର ସର୍ଭିସ ଚାର୍ଜ ୪୪% କମିଲା

ନୂଆଦିଲ୍ଲୀ : ଜର୍ମାନୀର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଭୋକ୍ସୱାଗେନ ଭାରତରେ ନିଜର ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ନିଜର ନୂଆ ଯୋଜନା ଆରମ୍ଭ କରିଛି। ସୋମବାର କମ୍ପାନୀ ଗ୍ରାହକ ମାନଙ୍କୁ ଗାଡିର ସର୍ଭିସ୍‍ କାର୍ଯ୍ୟ ସମ୍ପୃକ୍ତ ଏକ ନୂଆ ଯୋଜନା କରିଛି। କମ୍ପାନୀର କହିବା ଅନୁସାରେ ଗ୍ରାହକମାନଙ୍କର ଗାଡି ସର୍ଭିସ୍‍ ଚାର୍ଜ ୨୪ ରୁ ୪୪ % କମାଇ ଦିଆଯାଇଛି।
ଭୋକ୍ସୱାଗେନର ନିର୍ଦ୍ଦେଶକ ଷ୍ଟିଫେନ ନେପଙ୍କ କହିବା ଅନୁସାରେ ଗାଡିର ସର୍ଭିସ ଚିନ୍ତାରୁ ଗ୍ରାହକ ଦୂର ରହିବା ପାଇଁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ୨୦୧୮ରେ କମ୍ପାନୀର କାର ବିକ୍ରି କରାଯାଇ ୨୨.୫% କମି ୩୭,୦୩୮ ହୋଇଛି, ଯାହା ୨୦୧୭ରେ ୪୭,୭୯୬ ରହିଥିଲା। ୨୦୧୮ ଡିସେମ୍ବର ଶେଷ ସୁଦ୍ଧା କମ୍ପାନୀ ଗ୍ରାହକ ମାନଙ୍କୁ ୨ ବର୍ଷ ଅନଲିମିଟେଡ କିଲୋମିଟର ଷ୍ଟାଣ୍ଡାଡ ୱାରେଣ୍ଟି ସହ ଦୁଇ ବର୍ଷ ରୋଡ ସାଇଡ ଆସିଷ୍ଟାଣ୍ଡ ଓ ୭,୫୦୦ କିମି ୬ ମାସ ପର୍ଯ୍ୟନ୍ତ ସର୍ଭିସ ଦେବାର ବ୍ୟବସ୍ଥା ରହିଛି। ଏଥିରେ ପରିବର୍ତ୍ତନ କରାଯାଇ ୨୦୧୯ ଜାନିଆରୀ ପହିଲାରୁ ଷ୍ଟାଣ୍ଡାର୍ଡ ୱାରେଣ୍ଟି ୨ ବର୍ଷ ବଢି ୪ ବର୍ଷ ବଢି ୧ ଲକ୍ଷ୍ୟ କିମି କରିଦିଆଯାଇଛି। ଏହାବ୍ୟତୀତ ରୋଡ ସାଇଡ ଆସିଷ୍ଟାଣ୍ଡ ସର୍ଭିସ ମଧ୍ୟ ୪ ବର୍ଷ ବଢାଇ ଦିଆଯାଇଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories