www.samajalive.in
Saturday, December 6, 2025
26.1 C
Bhubaneswar

ରେଡମି ନୋଟ-୫ପ୍ରୋ ଫୋନ : ମଳିବ ୨,୦୦୦ ଟଙ୍କାର ରିଆତି

ନୂଆଦିଲ୍ଲୀ : ନୂଆବର୍ଷ ଅବସରରେ ଚୀନର ସ୍ମାର୍ଟଫୋନ କମ୍ପାନୀ ଜିଓମୀ ତାର ଗ୍ରାହକ ମାନଙ୍କ ପାଇଁ ନୂଆ ନୂଆ ଅଫର ଆଣୁଛି। ଜିଓମୀର ଅନେକ ଗୁଡିଏ ସ୍ମାର୍ଟପୋନ ମୂଲ୍ୟରେ ହ୍ରାସ ଘଟୁଥିବା ଦେଖାଯାଉଛି। ଏବେ କିଛିଦିନତଳେ ଜିଓମୀ ଏମଆଇ ଏ-୨ଫୋନରେ ରିଆତି ମଳିଥିଲା। ସେହିଭଳି ଏବେ ଭାରତରେ ଅଧିକ ଲୋକପ୍ରିୟତା ହାସଲ କରିଥିବା ସ୍ମାର୍ଟଫୋନ ରେଡମି ନୋଟ୍‍-୫ପ୍ରୋରେ ୨,୦୦୦ଟଙ୍କାର ରିଆତି ଦେଇଛି। ଏହି ଫୋନ ଉଭୟ ଅନଲାଇନ ଏବଂ ଅଫଲାଇନ ଷ୍ଟୋରରେ ଉପଲବ୍ଧ ରହିଛି। ଫୋନରେ ୫.୯୯ଇଞ୍ଚର ଡିସପ୍ଲେ ରହିଛି। ଏହାବ୍ୟତୀତ ଏଥିରେ ଡୁଆଲ ରିୟର କ୍ୟାମେରା ସେଟଅପ୍‍ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୨ମେଗାପିକ୍ସେଲ ଏବଂ ଅନ୍ୟଟି ୫ମେଗାପିକ୍ସେଲ ଏବଂ ୨୦ ମେଗାପିକ୍ସେଲର ଆଗପଟ କ୍ୟାମରୋ ଦିଆଯାଇଛି। ଫୋନର ଉଭୟ ଆଗ ଏବଂ ପଛପଟ କ୍ୟାମେରାରେ ବ୍ୟୁଟି ୪.୦ଫିଚରସ ମିଳିବ। ଯାହାଦ୍ୱାରା ସହଜରେ ଫଟୋକୁ ଭଲ ଏଡିଟିଙ୍ଗ କରାଯାଇପାରିବ। ଏହାବ୍ୟତୀତ ଫୋନରେ ୪୦୦୦ଏମ୍‍ଏଚର ବ୍ୟାଟେରୀ, ଆଣ୍ଡ୍ରଏଡ ନୁଗଟ ୭.୦, ଟିପଚିହ୍ନ ସେନସର ଏବଂ ପେସ ଅନଲକ ଫିଚରସ ରହିଛି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories