www.samajalive.in
Saturday, December 6, 2025
19.1 C
Bhubaneswar

ଏନ୍‍ପି ପ୍ରଜାପତି ହେଲେ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି

ଭୋପାଳ : କଂଗ୍ରେସ ବିଧାୟକ ଏନ୍‍ପି ପ୍ରଜାପତି ମଙ୍ଗଳବାର ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ବିରୋଧୀ ଦଳ କକ୍ଷତ୍ୟାଗ କରି ପଳାଇବାରୁ ପ୍ରଜାପତିଙ୍କୁ ଶାସକ ମେଣ୍ଟର ୧୨୦ ଖଣ୍ଡ ଭୋଟ ମିଳିଥିଲା। ଏହା ପୂର୍ବରୁ ନିର୍ବାଚନ ପ୍ରକ୍ରିୟାକୁ ନେଇ ଗୃହରେ ହଙ୍ଗାମା ହୋଇଥିଲା। ସଦନର କାର୍ଯ୍ୟକାଳ ଆରମ୍ଭ ହେବା ମାତ୍ରେ କାମଚଳା ବାଚସ୍ପତି ନିୟମ ୫ ସମ୍ପର୍କରେ କହି ବିନା ମତଦାନରେ ଏନ୍‍ପି ପ୍ରଜାପତିଙ୍କୁ ବିଧାନସଭା ବାଚସ୍ପତି ଘୋଷଣା କରିଥିଲେ। ଏହାକୁ ବିଜେପି ବିରୋଧ କରି ହଙ୍ଗାମା ଆରମ୍ଭ କରିଥିଲା। ଏଥିପାଇଁ ଦୁଇ ଥର ଗୃହ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ବିଜେପି ବିଧାୟକମାନେ ଗୃହତ୍ୟାଗ କରି ଚାଲିଯିବା ପରେ ବିଏସ୍‍ପି ବିଧାୟକମାନେ ଭୋଟିଂ କରିବାକୁ ଦାବି କରିଥିଲେ। ଏହାପରେ କାମଚଳା ବାଚସ୍ପତି ଭୋଟିଂ କରାଇଥିଲେ। କାମଚଳା ବାଚସ୍ପତିଙ୍କ ନିଷ୍ପତ୍ତିକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିନ୍ଦା କରିବା ସହ ଏହା ଗଣତନ୍ତ୍ରର କଳାଦିନ ବୋଲି କହିଥିଲେ। କକ୍ଷତ୍ୟାଗ କରିବା ପରେ ଶିବରାଜ ସିଂହ ଚୌହାନ ଅଭିଯୋଗ କରିଥିଲେ ଯେ ଆମ ପ୍ରାର୍ଥୀ ବିଜୟ ଶାହାଙ୍କ ନାମକୁ ପ୍ରସ୍ତାବିତ କରିବାକୁ ଅବସର ଦିଆଗଲା ନାହିଁ। ବିଜେପି ବିଧାୟକମାନେ ବିଧାନସଭାରୁ ରାଜଭବନ ପର୍ଯ୍ୟନ୍ତ ପଦଯାତ୍ରା କରି ବିରୋଧ ପ୍ରଦର୍ଶନ କରିଥିଲେ। ବିଜେପି ବିଧାୟକାମାନେ ସେଠାରେ ରାଜ୍ୟପାଳଙ୍କୁ ଭେଟି ନିଜ ପ୍ରତିବାଦ ଜଣାଇଥିଲେ। ବିଜେପି ବିଧାୟକ ଗୋପାଳ ଭାର୍ଗବଙ୍କୁ ବିରୋଧୀ ଦଳ ନେତା ଭାବେ ଚୟନ କରାଯାଇଛି। ମୁଖ୍ୟମନ୍ତ୍ରୀ କମଳନାଥ ଭାର୍ଗବଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରତିବଦଳରେ ଭାର୍ଗବ ସକରାତ୍ମକ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories