www.samajalive.in
Sunday, December 14, 2025
26.1 C
Bhubaneswar

ଜାଣନ୍ତୁ, ଘରେ ହନୁମାନଙ୍କ ଫଟୋ ଲଗାଇବାର ଉଚିତ ନିୟମ

କୁହାଯାଏ ଯେଉଁଘରେ ପ୍ରଭୁ ହନୁମାନଙ୍କ ଚିତ୍ର ବା ଫଟୋ ଥାଏ, ସେଠାରେ ମଙ୍ଗଳ, ଶନି, ପିତୃ ଓ ଭୂତ ଆଦି ଦୋଷ ରହି ନଥାଏ। ତେବେ ଭଗବାନ ହନୁମାନଙ୍କ ଫଟୋ ତ ଆମେ ସମସ୍ତେ ପ୍ରାୟ ନିଜ ଘରେ ଲଗାଇ ଥାଆନ୍ତି। ହେଲେ କ’ଣ ଆପଣ ଜାଣନ୍ତି, ବାସ୍ତବରେ ହନୁମାନଙ୍କ କେଉଁ ପ୍ରକାରର ଫଟୋ ଘରେ ଲଗାଇବା ଉଚିତ ଓ ତାହା କେଉଁ ସ୍ଥାନରେ ରହିବା ଉଚିତ? ବାସ୍ତୁ ଶାସ୍ତ୍ରରେ ଏନେଇ ସୂଚନା ଦିଆଯାଇଛି। ଯଦି ଘରେ ହନୁମାନଙ୍କ ଫଟୋ ରଖୁଛନ୍ତି ତେବେ ଏବିଷୟରେ ଜାଣିବା ନିହାତି ଜରୁରୀ। ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରଭୁ ହନୁମାନଙ୍କ ଫଟୋ ଲଗାଇବାର କିଛି ନିୟମ ବିଷୟରେ –

କେଉଁ ଦିଗରେ ଲଗାଇବେ ପ୍ରଭୁ ହନୁମାନଙ୍କ ଚିତ୍ର :

- Advertisement -

ବାସ୍ତୁ ଶାସ୍ତ୍ର ଅନୁସାରେ, ହନୁମାନଙ୍କ ଚିତ୍ର ସର୍ବଦା ଦକ୍ଷିଣ ଦିଗ ଆଡ଼କୁ ମୁହଁ କରିଥିବାର ଲଗାଇବା ଉଚିତ। ଏହି ଚିତ୍ର ପ୍ରଭୁ ବସିଥିବା ଅବସ୍ଥାର ଓ ଲାଲ ରଙ୍ଗର ହେବା ଆବଶ୍ୟକ। ଦକ୍ଷିଣ ଦିଗ ଆଡ଼କୁ ହନୁମାନଙ୍କ ଚିତ୍ର ଲଗାଇବା ଅଧିକ ଶୁଭ ବୋଲି କହିବାର କାରଣ ପ୍ରଭୁ ହନୁମାନ ଏହି ଦିଗରେ ନିଜର ସର୍ବାଧିକ ପ୍ରଭାବ ପ୍ରଦର୍ଶିତ କରିଛନ୍ତି। ହନୁମାନଙ୍କ ଚିତ୍ର ଘରେ ରହିବା ଦ୍ୱାରା ଘରକୁ ଆସୁଥିବା ନକରାତ୍ମକ ଶକ୍ତି ଏହି ଚିତ୍ରକୁ ଦେଖି ପଳାଇଥାଆନ୍ତି। ଏହାଦ୍ୱାରା ଘରେ ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଥାଏ।

ଶୟନ କକ୍ଷରେ ଲଗାନ୍ତୁ ନାହିଁ ହନୁମାନଙ୍କ ଚିତ୍ର :

ଶାସ୍ତ୍ର ଅନୁସାରେ, ପ୍ରଭୁ ହନୁମାନ ହେଉଛନ୍ତି ବାଳ ବ୍ରହ୍ମଚାରୀ ଓ ଏହି କାରଣରୁ ତାଙ୍କ ଚିତ୍ର ଶୟନ କକ୍ଷରେ ନରଖି ଠାକୁରଘର କିମ୍ବା ଅନ୍ୟ କୌଣସି ପବିତ୍ର ସ୍ଥାନରେ ରଖିବା ଶୁଭ ହୋଇଥାଏ।

ଭୂତ, ପ୍ରେତ ଆଦିଙ୍କ ଠାରୁ ରକ୍ଷା ପାଇବା ପାଇଁ :

ଯଦି ଆପଣଙ୍କ ଘରେ ନକରାତ୍ମକ ଶକ୍ତି ବାସ କରିଛି ବା କିଛି ପ୍ରଭାବ ଦେଖାଉଛି, ତେବେ ହନୁମାନଙ୍କ ଶକ୍ତି ପ୍ରଦର୍ଶନ କରୁଥିବା ମୁଦ୍ରାର ଚିତ୍ର ଲଗାନ୍ତୁ। ଆପଣ ଚାହିଁଲେ ପଞ୍ଚମୁଖୀ ହନୁମାନଙ୍କ ଚିତ୍ର ମଧ୍ୟ ଘରର ମୁଖ୍ୟ ଦ୍ୱାରରେ ଲଗାଇ ପାରିବେ କିମ୍ବା ଏପରି ସ୍ଥାନରେ ଲଗାଇବେ ଯେଉଁଠାରୁ ଏହା ସମସ୍ତଙ୍କୁ ଦେଖାଯିବ। ଏପରି କରିବା ଦ୍ୱାରା ଘରେ କୌଣସି ଖରାପ ବା ନକରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ।

ବୈଠକ ଖାନାରେ ଲଗାନ୍ତୁ ହନୁମାନଙ୍କ ଏହି ସ୍ୱରୁପ :

ବୈଠକ ଖାନାରେ ଶ୍ରୀରାମଙ୍କ ଦରବାରର ଫଟୋ ଲଗାନ୍ତୁ, ଯେଉଁଠି ପ୍ରଭୁ ହନୁମାନ ଭଗବାନ ଶ୍ରରାମଙ୍କ ଚରଣରେ ବସିଥାଆନ୍ତି। ଏଥିସହିତ ପଞ୍ଚମୁଖୀ ହନୁମାନଙ୍କ ଫଟୋ, ପର୍ବତ ଉଠାଉଥିବା ହନୁମାନଙ୍କ ଫଟୋ ବା ଶ୍ରୀରାମଙ୍କ ଭଜନ କରୁଥିବା ହନୁମାନଙ୍କ ଫଟୋ ମଧ୍ୟ ଲଗାଇ ପାରିବେ। କିନ୍ତୁ ଧ୍ୟାନ ରଖିବେ ଯେ ଉପରୋକ୍ତ ମଧ୍ୟରୁ କୌଣସି ଗୋଟିଏ ଫଟୋ ଲଗାଇ ପାରିବେ।

ଉଡ଼ୁଥିବା ଅବସ୍ଥାରେ ହନୁମାନଙ୍କ ଚିତ୍ର :

ଏହି ଫଟୋ ଘରେ ଥିଲେ ଆପଣଙ୍କ ଉନ୍ନତି ଓ ସଫଳତାକୁ କେହି ବାଧା ଦେଇ ପାରିବେ ନାହିଁ। ଆପଣଙ୍କ ମଧ୍ୟରେ ଆଗକୁ ବଢିବାର ଉତ୍ସାହ ଓ ସାହସ ସଞ୍ଚାର ହେବ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories