www.samajalive.in
Saturday, December 6, 2025
14.1 C
Bhubaneswar

ସେମାନେ ଅମର , ଯେଉଁମାନେ ଅନ୍ୟ ପାଇଁ ବଞ୍ଚିଥାଆନ୍ତି : ସ୍ୱାମୀ ବିବେକାନନ୍ଦ

ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପ୍ରତିବର୍ଷ ୧୨ ଜାନୁଆରୀରେ ପାଳନ କରାଯାଏ। ଏହି ମହାନ ବ୍ୟକ୍ତିଙ୍କର ଜନ୍ମ ୧୨ ଜାନୁଆରୀ ୧୮୬୩ ମସିହାରେ ହୋଇଥିଲା। ଭାରତରେ ତାଙ୍କର ଜନ୍ମଦିନକୁ ଯୁବ ଦିବସ ରୂପେ ପ୍ରତିବର୍ଷ ପାଳନ କରାଯାଏ। ସ୍ୱାମୀ ବିବେକାନନ୍ଦ ନିଜ ବିଚାର ଦ୍ୱାରା ଭାରତର ନାମକୁ ଗୌରବାନ୍ବିତ କରିଥିଲେ। ସେ ରାମକୃଷ୍ଣ ମଠ, ରାମକୃଷ୍ଣ ମିଶନ, ବେଦାନ୍ତ ସୋସାଇଟି ଭଳି ମହତ୍ତ୍ୱପୂର୍ଣ୍ଣ ଅନୁଷ୍ଠାନର ମୂଳଦୁଆ ସ୍ଥାପନ କରିଥିଲେ। ଆଜି ତାଙ୍କ ଜନ୍ମ ଦିବସ ଅବସରରେ ଆସନ୍ତୁ ଜାଣିବା ଜୀବନରେ ଶକ୍ତି ସଞ୍ଚାର କରୁଥିବା ବିବେକାନନ୍ଦଙ୍କ କେତୋଟି ଅମୂଲ୍ୟ ବିଚାର ….
ଯେତେ ପର୍ଯ୍ୟନ୍ତ ଆପଣ ନିଜ ଉପରେ ବିଶ୍ୱାସ କରିନାହାନ୍ତି, ଭଗବାନଙ୍କ ଉପରେ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ।
ସେମାନେ ଜୀବିତ ରୁହନ୍ତି, ଯେଉଁମାନେ ଅନ୍ୟ ପାଇଁ ସମର୍ପିତ।
ଆମେ ତାହା ଅଟୁ ଯାହା ଆମକୁ ଆମ ଭାବନା ଗଢିଛି। ତେଣୁ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ ଯେ, ଆପଣ କ’ଣ ଚିନ୍ତା କରୁଛନ୍ତି। ଶବ୍ଦ କ୍ଷୀଣ, ମାତ୍ର କିନ୍ତୁ ବିଚାର ବହୁ ସମୟ ପର୍ଯ୍ୟନ୍ତ ସାଥିରେ ଥାଏ।
ଯାହା ତୁମେ ଭାବୁଛ ତାହା ସତ୍ୟରେ ପରିଣତ ହେବ। ଯଦି ତୁମେ ନିଜକୁ ଦୁର୍ବଳ ଭାବିବ ଦୁର୍ବଳ ହେବ , ଯଦି ଶକ୍ତିଶାଳୀ ଭାବିବ ଶକ୍ତିଶାଳୀ ହେବ।
ସଂଘର୍ଷ ଯେତେ ଅଧିକ ହେବ , ସଫଳତା ସେତେ ଅଧିକ ପ୍ରାପ୍ତି ହେବ।
ଯେଉଁ ଦିନ ଆପଣଙ୍କ ସମ୍ମୁଖରେ କୌଣସି ସମସ୍ୟା ନଆସେ , ଆପଣ ସୁନିଶ୍ଚିତ ହୋଇଯାଆନ୍ତୁ ଆପଣ ଭୁଲ ରାସ୍ତାରେ ଯାଉଛନ୍ତି।
ସବୁଠାରୁ ବଡ଼ ଧର୍ମ ହେଉଛି ଆପଣ ନିଜ ସ୍ୱଭାବ ପ୍ରତି ନିଷ୍ଠା ରଖନ୍ତୁ। ନିଜ ଉପରେ ସର୍ବଦା ବିଶ୍ୱାସ ରଖନ୍ତୁ।
ଗୋଟିଏ ସମୟରେ ଗୋଟିଏ କାର୍ଯ୍ୟ କରନ୍ତୁ। ସେହି କାର୍ଯ୍ୟରେ ହିଁ ନିଜର ଯୋଗ୍ୟତା ପ୍ରଦର୍ଶନ କରନ୍ତୁ। ଯାଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ।
ବ୍ରହ୍ମାଣ୍ଡର ସମସ୍ତ ଶକ୍ତି ଆମର ଅଟେ। ଆମେ ନିଜେ ହିଁ ଆମ ଚକ୍ଷୁ ଉପରେ ହାତ ରଖିଦେଉଛୁ, ଏହା ପରେ ଆମେ କାନ୍ଦିଥାଉ ଯେ କେତେ ଅନ୍ଧକାର ଅଛି।
ଆଲେଖ୍ୟ : ସସ୍ମିତା ମହାନ୍ତି

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories