www.samajalive.in
Sunday, December 7, 2025
23.1 C
Bhubaneswar

କେଉଁ କାରଣରୁ ସ୍ୱାସ୍ଥ୍ୟ ପାଇଁ ଭିଟାମିନ ସିର ଆବଶ୍ୟକତା ରହିଛି ଜାଣିଛନ୍ତି କି ?

ଭିଟାମିନ ସି, ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଅଟେ। ମାତ୍ର ଅଧିକାଂଶ ଲୋକେ ଭିଟାମିନ ସି ଅଭାବରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଏହା ଏପରି ଏକ ଭିଟାମିନ ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଆବଶ୍ୟକ । ଏହି ଭିଟାମିନକୁ ଆମ ଶରୀର ଆପେ ଆପେ ପ୍ରସ୍ତୁତ କରିନଥାଏ, ବରଂ କେତେକ ନିର୍ଦ୍ଦିଷ୍ଟ ଖାଦ୍ୟରୁ ହିଁ ଶରୀରକୁ ଭିଟାମିନ ସି ମିଳିଥାଏ। ଭିଟାମିନ ସି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ଏହା ଶରୀରକୁ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଜାଣନ୍ତୁ ଏହା ବିଷୟରେ …….
– ଭିଟାମିନ ସି ସାଧାରଣତଃ ବିଭିନ୍ନ ପ୍ରକାର ଫଳ ଓ ପନିପରିବାରୁ ମିଳିଥାଏ। ତେଣୁ ଭିଟାମିନ ସି ପାଇଁ ଆପଣଙ୍କୁ ନିୟମିତ ବିଭିନ୍ନ ପ୍ରକାର ଫଳ ଓ ପନିପରିବାକୁ ନିଜ ଖାଦ୍ୟରେ ସାମିଲ କରିବାକୁ ଆବଶ୍ୟକ। ପାଳଙ୍ଗ ଶାଗ, କଦଳୀ, ଲିଚୁ, ଲେମ୍ବୁ, କିୱି ଆଦିରେ ପ୍ରଚୁର ଭିଟାମିନ ସି ରହିଥାଏ।
– ଭିଟାମିନ ସି ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଏହା, ଶରୀରରେ ସୃଷ୍ଟି ହୋଇଥିବା କ୍ଷତକୁ ଖୁବ ଶୀଘ୍ର ଭଲ ହେବାକୁ ସକ୍ଷମ ହୋଇଥାଏ।
– ଭିଟାମିନ ସି ବୃକକ୍‍ କୁ ସୁସ୍ଥ ରଖିବା ପାଇଁ ଲାଭଦାୟକ। ଏହା ରକ୍ତଚାପ ଦୂର କରିଥାଏ।
ଭିଟାମିନ ସି ଅଭାବ ହେବା ଦ୍ୱାରା ରକ୍ତଚାପ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
– ଚକ୍ଷୁକୁ ସୁସ୍ଥ ରଖିବା ପାଇଁ ମଧ୍ୟ ଭିଟାମିନ ସି ଖୁବ ଉପକାରୀ। ଏହା ଦାନ୍ତ ଜନିତ ବିଭିନ୍ନ ରୋଗକୁ ଦୂର କରିଥାଏ। ତେଣୁ ଭିଟାମିନ ସି ଅଭାବରେ ଚକ୍ଷୁ ଓ ଦାନ୍ତ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ।
– ଶରୀରରେ ଭିଟାମିନ ସିର ଅଭାବ ହେବା ଦ୍ୱାରା ଦୁର୍ବଳ ଅନୁଭବ, ରୋଗ ପ୍ରତିରୋଧକ କ୍ଷମତା ହ୍ରାସ, ହାଡ଼ ଜନିତ ସମ୍ୟା, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ତ୍ୱଚାର ରୁକ୍ଷାପଣ ଆଦି ସମସ୍ୟା ସୃଷ୍ଟି ହୋଇଥାଏ।
– ଏହା ରକ୍ତରେ ଶର୍କରାର ମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories