www.samajalive.in
Sunday, December 7, 2025
14.1 C
Bhubaneswar

ଏହି ଭିଟାମିନ୍‌‌ ଅଭାବରେ କମ୍‌‌ ବୟସରେ ଧଳା ହୋଇଯାଏ କେଶ: ଖାଆନ୍ତୁ ଏସବୁ ଜିନିଷ

ବୟସ ଅଧିକ ହେବା ସାଙ୍ଗକୁ କେଶ ଧଳା ହେବା ସାଧାରଣ କଥା। ମାତ୍ର କମ୍‌‌ ବୟସରେ କେଶ ଧଳା ହେବା ସଭିଁଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଅନେକ ସମୟରେ ଏହାର କାରଣ କିଛି ବିଶେଷ ଭିଟାମିନ୍‌‌ର ଅଭାବରୁ ହୋଇଥାଏ। କେଶକୁ ସୁସ୍ଥ ରଖିବା ପାଇଁ ଅନେକ ପୋଷକ ତତ୍ତ୍ୱ ଆବଶ୍ୟକ। ସେଥି ମଧ୍ୟରୁ ଗୋଟିଏ ହେଉଛି ଭିଟାମିନ୍‌‌। କେଶକୁ କଳା ରଙ୍ଗ ଓ ସୁସ୍ଥ ରଖିବା ପାଇଁ ଭିଟାମିନ୍‌‌ ନିତାନ୍ତ ଜରୁରୀ। ଭିଟାମିନ୍‌‌ର ଅଭାବ ହେବା ଦ୍ୱାରା କେଶରେ କୁପ୍ରଭାବ ପଡିଥାଏ। ଫଳରେ କେଶ ଧଳା ହେବା ସହ କେଶ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।

ଏକ ସ୍ୱତନ୍ତ୍ର ଭିଟାମିନ ରହିଛି, ଯାହାର ଅଭାବ ହେବା ଦ୍ୱାରା କେଶ ଧଳା ହେବାର କାରଣ ପାଲଟିଥାଏ। ସେହି ଭିଟାମିନ୍‌‌ ହେଉଛି ଭିଟାମିନ୍‌‌ ବି୧୨। ଭିଟାମିନ୍‌‌ ବି୧୨ ଶରୀର ପାଇଁ ନିହାତି ଆବଶ୍ୟକ। ଏହା ରକ୍ତ ତିଆରି କରିବା, ଶିରା ଜନିତ କାର୍ଯ୍ୟକୁ ନିୟନ୍ତ୍ରଣରେ ରଖିବା, ମସ୍ତିଷ୍କର ସୁସ୍ଥତା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଭିଟାମିନ୍‌‌ର ଅଭାବ ହେବା ପରେ କେଶରେ କୁପ୍ରଭାବ ପଡି କେଶ ଧଳା ହେବାକୁ ଆରମ୍ଭ କରିଥାଏ। ତେଣୁ ସମସ୍ତ ପୋଷଣ ସହ ଭିଟାମିନ୍‌‌ ବି୧୨ ଖାଦ୍ୟ ଖାଇବା ନିତାନ୍ତ ଜରୁରୀ। ତେଣୁ ନିଜ ଖାଦ୍ୟରେ ଏହାକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଯେଭଳି କ୍ଷୀର ଜାତୀୟ ଜିନିଷ। ଅଣ୍ଡା, ଡାଲି ଆଦି। ଭିଟାମିନ୍‌‌ ବି୧୨ର ଅଭାବ ଜାଣିବା ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଯାଦ୍ୱାରା ସମସ୍ୟାରୁ ମୁକ୍ତି ମିଳିପାରିବ। ଏହାଦ୍ୱାରା କେଶ କଳା, ଘନ ଓ ଲମ୍ବା ହୋଇପାରିବ।

- Advertisement -

ଭିଟାମିନ୍‌‌ ବି୧୨ ଥିବା ଖାଦ୍ୟ..
ମାଂସ, ମାଛରେ ଭିଟାମିନ୍‌‌ ବି୧୨ ମିଳିଥାଏ।
କ୍ଷୀର, ଦହି, ପନୀର
ଅଣ୍ଡା ଭିଟାମିନ୍‌‌ ବି୧୨ର ଉତ୍ତମ ସ୍ରୋତ।
ସୋୟାବିନ୍‌‌, ମୁଗ ଡାଲି, ଚଣା ଡାଲିରେ ମଧ୍ୟ ଭିଟାମିନ୍‌‌ ବି୧୨ ରହିଛି। ମାତ୍ର ସୀମିତ ମାତ୍ରାରେ ରହିଛି।
ମେଥି, ସୋରିଷ ଶାଗ, ଶିମଲା ଲଙ୍କା, ମଟର, ପିଆଜ, ଟମାଟୋ
ଏହି ସମସ୍ତ ଖାଦ୍ୟରେ ଭିଟାମିନ୍‌‌ ବି୧୨ ଉତ୍ତମ ମାତ୍ରାରେ ଥାଏ। ନିଜ ଖାଦ୍ୟରେ ଏସବୁ ଖାଦ୍ୟ ସାମିଲ କଲେ ଭିଟାମିନ୍‌‌ ବି୧୨ ଅଭାବ ପୂରଣ ହୋଇଥାଏ। ମାତ୍ର ଏହି ଭିଟାମିନ୍‌‌ ଅଭାବ ହେଲେ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।

 

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories