www.samajalive.in
Monday, December 15, 2025
15.1 C
Bhubaneswar

କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକଙ୍କ ଥାନା ପରିଦର୍ଶନ

ଆଠଗଡ :  କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ବି. ଯୁଗଳ କିଶୋର ଶୁକ୍ରବାର ଆଠଗଡ ଥାନା ଓ ଉପଖଣ୍ଡ ପୁଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି କାର୍ଯ୍ୟାବଳୀ ସମୀକ୍ଷା କରିଛନ୍ତି । ଆରକ୍ଷୀ ଅଧିକ୍ଷକ ଶ୍ରୀ ଯୁଗଳ କିଶୋର ଥାନାରେ ମହିଳା ଓ ଶିଶୁ ଡେସ୍କ କିପରି କାମ କରୁଛି, ବକେୟା ପଡିଥିବା ମାମଲାଗୁଡିକର କିପରି ଯଥାଶୀଘ୍ର ତଦନ୍ତ ଶେଷ କରି ଅଭିଯୋଗ ଫର୍ଦ୍ଦ ଦାଖଲ ହେବ ଏବଂ ମୋ ସରକାର ଅଧିନରେ ଆସୁଥିବା ପୁଲିସ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଏଥି ସହିତ ବକେୟା ପଡିଥିବା ଜାମିନବିହୀନ ଗିରଫ ପରୱାନାକୁ ତୁରନ୍ତ କାର୍ଯ୍ୟକାରୀ କରିବା, ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କରିବା, ମୋ ପୁଲିସ ଯୋଜନାରେ ସାଧାରଣ ଲୋକଙ୍କୁ ସାମିଲ କରିବା ଲାଗି ଥାନା ଆଇଆଇସିଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଥାନାର ପୁରାତନ ଗୃହର ସମସ୍ୟା, ସ୍ଥାନାଭାବ, କର୍ମଚାରୀଙ୍କ ଅଭାବ, ଅପମୃତ୍ୟୁ ମାମଲାର ତଦନ୍ତ ଶେଷ କରିବା ଆଦି ବିଷୟରେ ଆଲୋଚନା ଓ ସମୀକ୍ଷା କରିଥିଲେ। ଆଠଗଡ ଥାନାରେ ସ୍ଥାନାଭାବକୁ ଦୃଷ୍ଟିରେ ରଖି ଅନ୍ୟଏକ ସ୍ଥାନରେ ଥାନାର ନୂତନ ଗୃହନିର୍ମାଣ କରିବା ଲାଗି ଯୋଜନା ରହିଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯୁଗଳ କିଶୋର ପ୍ରକାଶ କରିଥିଲେ। ଆଠଗଡ ଅଞ୍ଚଳରେ ବିଶେଷ କରି ମେଘା, କଟକିଆସାହି ଓ ମୁଣ୍ଡଳି ପୋଲ ପାଖାପାଖି ଅଞ୍ଚଳରେ ଏକ ଫାଣ୍ଡି ପ୍ରତିଷ୍ଠା କରିବା ଲାଗି କିଛି ଗଣମାଧ୍ୟମ ପ୍ରତିନିଧି ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ପରେ ଆରକ୍ଷୀ ଅଧିକ୍ଷକ ଆଠଗଡ ଉପଖଣ୍ଡ ପୁଲିସ ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଦୈନନ୍ଦିନ କାର୍ଯ୍ୟାବଳୀର ସମୀକ୍ଷା କରିଥିଲେ। ଥାନାରେ ଆଇଆଇସି ବାମଦେବ ସ୍ୱାଇଁ ଓ ଆଠଗଡ ଉପଖଣ୍ଡ ପୁଲିସ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏସଡିପିଓ ବିଜୟ କୁମାର ବିଶି ଉପସ୍ଥିତ ରହି ଆରକ୍ଷୀ ଅଧିକ୍ଷକଙ୍କୁ ସମସ୍ତ ସୂଚନା ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories