www.samajalive.in
Monday, December 15, 2025
17.1 C
Bhubaneswar

ମାଟ୍ରିକ ପରବର୍ତ୍ତି ବୃତ୍ତି ଚୟନ ସଂପର୍କିତ ଆଲୋଚନାଚକ୍ର

ଗୁରୁଡିଝାଟିଆ : ନିଜର ଭବିଷ୍ୟତକୁ ଠିକଣା ଢଙ୍ଗରେ ଗଢିତୋଳିବା ନିମନ୍ତେ କଠିନ ଅଧ୍ୟବସାୟ ଓ ଦୃଢ ଇଚ୍ଛାଶକ୍ତି ନିତାନ୍ତ ଆବଶ୍ୟକ । ମାଟ୍ରିକ ପରବର୍ତ୍ତି ବୃତ୍ତି ଚୟନ ନିମନ୍ତେ ବିଦ୍ୟାର୍ଥୀମାନଙ୍କ ଇଚ୍ଛାଶକ୍ତି ଓ ଭାବନାକୁ ପରିବାର ସଦସ୍ୟ ଅଧିକ ଗୁରୁତ୍ୱଦେବା ଆବଶ୍ୟକତା ରହିଛି । ଏହା ଫଳରେ ବିଦ୍ୟାର୍ଥୀ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ ବୋଲି ମାଧବପୁରସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ବାଳିକା ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରବର୍ତ୍ତି ବୃତ୍ତି ସଂପର୍କିତ ଆଲୋଚନା ଚକ୍ରରେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ ବିଶେଷଜ୍ଞ ଭାବରେ ଯାଗଦେଇ ଏହି ମତପ୍ରକାଶ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସବିତା ଘଡେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଡାକ୍ତର ମଧୁସ୍ମୀତା ପ୍ରଧାନ, ଅପନ୍ନା ମହାପାତ୍ର, ଡି. ଭାଗ୍ୟଲକ୍ଷ୍ମୀ ଓ ସାମ୍ବାଦିକ ଶ୍ୱେତକାନ୍ତ ବେହେରା ଯୋଗଦେଇ ମାଟ୍ରିକ ପରବର୍ତ୍ତି ଶିକ୍ଷା ବ୍ୟବସ୍ଥା ଅଧ୍ୟୟନ, ବୃତ୍ତିଗତ ଶିକ୍ଷା, ସୈନ୍ୟବାହିନୀରେ ନିଯୁକ୍ତି ଆଦି ସଂପର୍କରେ ବିଷଦ ଭାବରେ ଆଲୋକପାତ କରିବା ସହ ରୁଚି ଅନୁଯାୟୀ ଶିକ୍ଷାକ୍ଷେତ୍ରରେ ଆଗକୁ ବଢିବା ସର୍ବପରି ନିଜକୁ ପରିପକ୍ୱ ଛାତ୍ର ଭାବରେ ପ୍ରତ୍ୟେକ ବିଷୟ ବସ୍ତୁକୁ ଅଧ୍ୟୟନ ଓ ଅନୁଶୀଳନ କରି ଗଢିଲେ ଜୀବନରେ ସଫଳତା ପାଇପାରିବେ ବୋଲି କହିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ଶ୍ୱେତପଦ୍ମା ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରି ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ପ୍ରଦାନ କରାଯାଉଥିବା ସ୍ୱତନ୍ତ୍ର ଶିକ୍ଷା, କ୍ରିଡା ଓ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ ସଂପର୍କିତ ବିଷୟକୁ ଉପସ୍ଥିତ ଅତିଥିମାନଙ୍କ ନିକଟରେ ପରିପ୍ରକାଶ କରିଥିଲେ। ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ମଞ୍ଚାସୀନ ଅତିଥି ଏବଂ ଡାକ୍ତର ଦାସ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ୩ଶହରୁ ଅଧିକ ଛାତ୍ରୀ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories