ନୂଆଦିଲ୍ଲୀ : ଗୋପନୀୟ ତଥ୍ୟ ପ୍ରଘଟ ହେଉଥିବା ଅଭିଯୋଗ କରି ଅନେକ ଲୋକ ସରକାରୀ ଯୋଜନା ପାଇଁ ଆଧାର କାର୍ଡ ସଂଯୋଗକୁ ବିରୋଧ କରିବା ପରେ ଏହାର ବିକଳ୍ପ ବ୍ୟବସ୍ଥା କରାଯାଇଛି। ଟେଲିକମ ଏବଂ ଏଭଳି ଅନ୍ୟ ସେବା ପ୍ରଦାନକାରୀ ସଂସ୍ଥାକୁ ଆଧାର କାର୍ଡ ଦେବାକୁ ଚାହୁଁନଥିବା ବ୍ୟକ୍ତି ଏବେ ଭାରତୀୟ ଏକକ ପରିଚୟ ପ୍ରାଧିକରଣ (ୟୁଆଇଡ଼ିଏଆଇ) ରବିବାରଠାରୁ ଆଧାର ସଂଖ୍ୟା ବଦଳରେ ଏକ ନୂଆ ଭର୍ଚୁଆଲ ଆଇଡି ବ୍ୟବହାର ବ୍ୟବସ୍ଥା ଆରମ୍ଭ ହୋଇଛି। ଏଥିରେ ଆଧାରକାର୍ଡଧାରୀଙ୍କୁ ଏକ ୧୬ ନମ୍ବର ବିଶିଷ୍ଟ ସଂଖ୍ୟା ମିଳିବ । ଏହି ୧୬ ନମ୍ବର ବିଶିଷ୍ଟ ସଂଖ୍ୟାକୁ ସେମାନେ ଟେଲିକମ୍ (ଦୂରସଂଚାର) ଏବଂ ଅନ୍ୟ ସେବା ପ୍ରଦାନକାରୀ ସଂସ୍ଥାକୁ ପ୍ରଦାନ କରିପାରିବେ। ୟୁଅ।ଇଡ଼ିଏଆଇ ସରକାରୀ ୱେବସାଇଟ୍ କିମ୍ବା ମୋବାଇଲ ଆପ୍ ଦ୍ୱାରା ଆଧାରକାର୍ଡଧାରୀ ୧୬ ସଂଖ୍ୟା ବିଶିଷ୍ଟ ନୂଆ ନମ୍ବର ପାଇପାରିବେ । ଏହି ଭର୍ଚୁଆଲ ନମ୍ବରକୁ ସମସ୍ତ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ସେବା ପ୍ରଦାନକାରୀ ସଂସ୍ଥାକୁ ପ୍ରଦାନ କରାଯିବ । ଏହା ଅଗଷ୍ଟ ମାସ ଠାରୁ ଲାଗୁ ହେବ ବୋଲି ସୂଚନା ମିଳିଛି। ଭର୍ଚୁଆଲ ଆଇଡି ବ୍ୟବହାର କରିବା ଦ୍ୱାରା ଲୋକଙ୍କ ଗୋପନୀୟ ତଥ୍ୟ ଚୋରି ନେଇ ହେଉଥିବା ଆଶଙ୍କା ଦୂର ହୋଇଛି ଓ ଏହା ଦ୍ୱାରା କୌଣସି କ୍ଷତି ଘଟିବ ନାହିଁ ବୋଲି ୟୁଆଇଡ଼ିଏଆଇ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି।



