www.samajalive.in
Saturday, December 6, 2025
16.1 C
Bhubaneswar

ଛାତିଥରା ଭିଡିଓ ; ରୋଷେଇ ଘରେ ଥିଲେ ମହିଳା, ହଠାତ୍ ଫାଟିଲା ସିଲିଣ୍ଡର, ତା’ପରେ..

ନୂଆଦିଲ୍ଲୀ : ରୋଷେଇ ଘରେ କାମ କରୁଥିବା ସମୟରେ ଅନେକ ସମୟରେ ଏପରି ଘଟଣା ଘଟିଥାଏ, ଯାହାକୁ ଦେଖି ଭୟ ଲାଗି ଥାଏ। ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ ହେଉଛି।
ଭିଡିଓରେ ଦେଖିପାରିବେ, ଜଣେ ମହିଳା ରୋଷେଇ ଘରେ ବାସନ ସଫା କରୁଛନ୍ତି। ମାତ୍ର ସେହି ସମୟରେ ନିକଟରେ ଥିବା ଏକ ସିଲିଣ୍ଡର ହଠାତ୍ ବିସ୍ଫୋରଣ ହେଉଥିବା ଦେଖାଯାଉଛି। ସୌଭାଗ୍ୟବଶତଃ ତାଙ୍କ ଜୀବନ ବଞ୍ଚି ଯାଇଛି। ମାତ୍ର ଭିଡିଓରେ ଦେଖିପାରିବେ, ମହିଳା ଜଣକ ଖୁବ୍ ଭୟଭୀତ ହୋଇଛନ୍ତି।


ସୋସିଆଲ ମିଡିଆ ଏକ୍ସରେ ଏହି ଲୋମଟାଙ୍କୁରା ଭିଡିଓ ଶେୟାର କରାଯାଇଛି। ୨୮ ସେକେଣ୍ଡର ଏହି ଭିଡିଓ ଦେଖି ଖୁବ୍ ଭୟ ଲାଗୁଥିବା ବିଭିନ୍ନ ସୋସିଆଲ ମିଡିଆ ବ୍ୟବହାରକାରୀ ମତ ପ୍ରକାଶ କରିଛନ୍ତି। ଭିଡିଓରେ ଦେଖାଯାଉଛି ସିଲିଣ୍ଡର ଫାଟିବା ପରେ ମହିଳା ଜଣକ ଭୂମି ଉପରେ ପଡି ଯାଉଛନ୍ତି। ବିସ୍ଫୋରଣ ପରେ ରୋଷେଇ ଘରେ ଥିବା ସାମଗ୍ରୀ ମଧ୍ୟ ତଳେ ଏଣେତେଣେ ପଡୁଛି। ମହିଳା ଜଣକ ଜୋରରେ ପାଟି କରିବା ସହ ସେଠାରୁ ପଳାଉଛନ୍ତି।
ସମ୍ପୂର୍ଣ୍ଣ ଘଟଣା ଘରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଛି। ଏହି ଘଟଣା କେଉଁ ସ୍ଥାନର ତାହାର ସ୍ପଷ୍ଟତା ମିଳି ନାହିଁ।

ରାତି ସାରା ଏସିରେ ଶୋଇବା ଶରୀର ପାଇଁ ବିପଦ ; ଦେଖାଦେବ ୫ଟି ମୁଖ୍ୟ ସମସ୍ୟା..

- Advertisement -

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories