www.samajalive.in
Monday, December 15, 2025
17.1 C
Bhubaneswar

ରାତି ସାରା ଏସିରେ ଶୋଇବା ଶରୀର ପାଇଁ ବିପଦ ; ଦେଖାଦେବ ୫ଟି ମୁଖ୍ୟ ସମସ୍ୟା..

ଖରାଦିନେ ଏସିରୁ ସଭିଏଁ ଆଶ୍ୱସ୍ତି ପାଇ ଥାଆନ୍ତି। ପ୍ରବଳ ଖରା, ଗରମରୁ ଏସି ଆରାମ ପ୍ରଦାନ କରିଥାଏ। ମାତ୍ର ଅନେକ ସମୟରେ ଏହି ଆରାମ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ। ବର୍ତ୍ତମାନ ସମୟରେ ମଧ୍ୟ ଅନେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଉଛି। ରାତିରେ ମଧ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଏହି କାରଣରୁ ଏସି ବ୍ୟବହାର ଅଧିକ ବୃଦ୍ଧି ପାଇଛି। ତେବେ ଅନେକଙ୍କ ଅଭ୍ୟାସ ଦିନ ରାତି ଏସିରେ ରହିବା। ଏହାର କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିଥାଏ।
ଏସି କକ୍ଷରେ ଆଦ୍ରତାକୁ କମ୍ କରି ଦେଇଥାଏ। ଏହି ଆଦ୍ରତା କମ୍ ହେବା ଦ୍ୱାରା ତ୍ୱଚା ଓ ଏଲର୍ଜି ସମସ୍ୟା ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ କ୍ଷତିକାରକ ହୋଇଥାଏ। ସାରା ରାତି ଏସିରେ ଶୋଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟା ସହ କାଶ, ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ଅନୁଭବ ହୋଇଥାଏ।

ରାତି ସାରା ଏସିରେ ଶୋଇବା ଦ୍ୱାରା ତ୍ୱଚାର ଶୁଷ୍କତା, କୁଣ୍ଡାଇ ହେବା ଆଦି ସମସ୍ୟା ସୃଷ୍ଟି ହୋଇଥାଏ। ତ୍ୱଚାର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହୋଇଥାଏ। ତ୍ୱଚା ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।

- Advertisement -

ଏସି ପାଇଁ ମାଂସପେଶୀରେ ଯନ୍ତ୍ରଣା ସହ ଅନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଆଣ୍ଠୁଗଣ୍ଠି, ହାଡ ଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ।

୧୫ ଜୁନରୁ ୪ଟି ରାଜଯୋଗ ; ୫ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ; ଖାଲି ମିଳିବ ସଫଳତା, ଧନ, ଖୁସି ଖବର.. 

ଲଗାତାର ଏସିରେ ରହିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହୋଇଥାଏ। ଏସିରେ ରହିବା ଦ୍ୱାରା ବାହାର ପରିବର୍ତ୍ତନ ହେଉଥିବା ତାପମାତ୍ରା ଶରୀର ଉପରେ ଅନେକ ପ୍ରଭାବ ପକାଇଥାଏ। ବିଭିନ୍ନ ପ୍ରକାର ସଂକ୍ରମଣ ଜନିତ ରୋଗର କାରଣ ପାଲଟିଥାଏ।

ଏସିରେ ଲଗାତାର ରହିବା ଦ୍ୱାରା ଆଖିର ଆଦ୍ରତା ମଧ୍ୟ କମ୍ ହୋଇଥାଏ। ଆଖିରେ ଅନେକ ସମୟରେ ଜଳାପୋଡା ଅନୁଭବ ହୋଇଥାଏ।

ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ..
ଏସିର ତାପମାତ୍ରା ଆବଶ୍ୟକତା ଠାରୁ କମ୍ ରଖନ୍ତୁ ନାହିଁ। ୨୨-୨୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହିଁ ରଖନ୍ତୁ।
ଏସି ଲଗାଇବା ପୂର୍ବରୁ ଫ୍ୟାନ୍ ନିଶ୍ଚୟ ଲଗାନ୍ତୁ।
ଏହି ଫିଲ୍ଟରକୁ ନିୟମିତ ସଫା କରନ୍ତୁ। ଯେପରି ଧୂଳି ଓ ବ୍ୟାକ୍ଟେରିଆ ଜମା ନ ହେଉ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories