www.samajalive.in
Monday, December 15, 2025
26.1 C
Bhubaneswar

ବଳି ପଡିବା ପୂର୍ବରୁ ମାଲିକକୁ କୁଣ୍ଢେଇ କାନ୍ଦିଲା, ହୃଦୟ ଛୁଇଁଲା ଭାଇରାଲ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ବଳି ପଡିବା ପୂର୍ବରୁ ମାଲିକକୁ ଧରି କାନ୍ଦି ପକାଉଛି ଛେଳି । ମାଲିକକୁ ଜୋରରେ କୁଣ୍ଢେଇ ବିନତୀ କରୁଥିଲା ଛେଳି । ମାଲିକ ମଧ୍ୟ ଛେଳିକୁ ଧରି କାନ୍ଦିବା ସହ ଶେଷ ବିଦାୟ ଦେଇଛନ୍ତି । ଏହି ଭିଡ଼ିଓଟି ହୃଦୟକୁ ଛୁଇଁବା ସହ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଭିଡ଼ିଓଟି କେବଳ ଏକ ମୂକ ପ୍ରାଣୀ ଏବଂ ମଣିଷ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଉ ନାହିଁ । ବରଂ ଭାବପ୍ରବଣ ବନ୍ଧନକୁ ମଧ୍ୟ ଦର୍ଶାଇଛି । ଯାହାକୁ ଶଦ୍ଦରେ ପ୍ରକାଶ କରିବା କଷ୍ଟକର ।

ଏହି ଭିଡ଼ିଓଟି ବକ୍ରି ଇଦ୍‍ ଅବସରର ବୋଲି ଜଣାପଡିଛି । ସେହି ଦିନ ବଳିଦାନ ପୂର୍ବରୁ ଏକ ଛେଳି ତା’ର ମାଲିକଙ୍କୁ ଏପରି ଭାବରେ ଆଲିଙ୍ଗନ କରି କାନ୍ଦିଥିଲା ଯେ ଦେଖଣାହାରୀଙ୍କ ପାଟିରୁ ଶଦ୍ଦ ବାହାରିନଥିଲା । ବଳି ପାଇଁ ଯାଉଥିବା ଛେଳିଟି ହୁଏତ ତା’ର ଭାଗ୍ୟ ଏପରି ବୋଲି ବୁଝିସାରିଛି । ଏବଂ ମାଲିକକୁ ଶେଷ ଥର ପାଇଁ ବିଦାୟ ଦେଉଥିବାରୁ ଏପରି କାନ୍ଦୁଛି । ପାଖରେ ଥିବା ଏକ ପିଲାଟି ମଧ୍ୟ ଏହା ଦେଖି କାନ୍ଦିବାରେ ଲାଗିଛି । ସେହି ସମୟରେ ମାଲିକ ମଧ୍ୟ କାନ୍ଦିବା ସହ ଛେଳିକୁ ବିଦାୟ ଦେଉଛି । ସାମଗ୍ରିକ ଭାବରେ ଏହି ଦୃଶ୍ୟ ଏତେ ମର୍ମସ୍ପର୍ଶୀ ଯେ ଯିଏ ଏହାକୁ ଦେଖିଛି ସେ ଭାବପ୍ରବଣ ହୋଇଗଲା ।

 

View on Threads

 

- Advertisement -

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories