ଏମିତି ଆସେ ହାର୍ଟ ଆଟାକ୍; ଦେଖନ୍ତୁ ଲାଇଭ୍‌ ଭିଡିଓ

କୁହାଯାଏ ନିଃଶ୍ୱାସକୁ ବିଶ୍ୱାସ ନାହିଁ । କେତେବେଳେ ଏହି ନିଃଶ୍ୱାସ ଅଟକି ଯିବ ତାହା କାହାକୁ ବି ଜଣାନଥାଏ । ମୃତ୍ୟୁ ଚୁପିଚୁପି ଆସି କେତେବେଳେ ଜୀବନକୁ ଛଡ଼ାଇ ନେବ ତାହା ସମସ୍ତଙ୍କୁ ଅଜଣା । ଆପଣ ଦେଖୁଥିବା ଏହି ଭିଡିଓଟି ମହାରାଷ୍ଟ୍ରର । କୋହ୍ଲାପୁରର ଜଣେ ଡାକ୍ତରଙ୍କ ନିକଟରେ କିଛି ରୋଗୀ ଥିବା ଭିଡିଓରେ ଦେଖିବାକୁ ମିଳୁଛି । ଜଣେ ମହିଳା ରୋଗୀ ପ୍ରଥମେ ଡାକ୍ତରଙ୍କ ଠାରୁ ପରାମର୍ଶ ନେଉଛନ୍ତି । ପରେ ସେ ଏକ ଚେୟାରରେ ବସୁଛନ୍ତି । ତାର ମାତ୍ର କିଛି ସେକେଣ୍ଡ ପ‌ରେ ସେଠାରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଅଚାନକ ହୃଦଘାତ ହେଉଛି।

ଡାକ୍ତର ଜଣକ ଏହା ଦେଖିବା ପରେ ବ୍ୟକ୍ତି ଜଣଙ୍କ ଛାତିକୁ ଧୀରେ ଧୀରେ ମାରୁଛନ୍ତି । ଯାହାଦ୍ୱାରା ସେ ଠିକ୍ ପୂର୍ବପରି ସୁସ୍ଥ ଅବସ୍ଥାକୁ ଫେରିଆସୁଛନ୍ତି । ବର୍ତ୍ତମାନ ଏହି ଭିଡିଓଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ବେଳେ, ଡାକ୍ତରଙ୍କ ଏପରି ସାଧାରଣ ଚିକିତ୍ସାକୁ ଅନେକ ଲୋକ ପ୍ରଶଂସା କରିଛନ୍ତି ।

Comments are closed.