www.samajalive.in
Sunday, December 7, 2025
26.1 C
Bhubaneswar

୮୦ ହଜାର ଟଙ୍କାର ସ୍କୁଟି ପାଇଁ ୧୮ ଲକ୍ଷର ଭିଆଇପି ନମ୍ବର

ଧର୍ମଶାଳା: ଷ୍ଟାଟସ୍‌ ଏବଂ ନିଜର ସୌଖୀନ ପାଇଁ ଅନେକ ଲୋକ ପାଣି ଭଳି ଟଙ୍କା ଖର୍ଚ୍ଚ କରନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶରେ। ୮୦ ହଜାର ଟଙ୍କାର ଏକ ସ୍କୁଟି ପାଇଁ ଭିଆଇପି ନମ୍ବର କରିବା ଲାଗି ଜଣେ ବ୍ୟକ୍ତି ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି।

ସୂଚନା ଅନୁସାରେ, ହିମାଚଳ ପ୍ରଦେଶର ଉନ୍ନା ଜିଲା ଶାହପୁର ଅଞ୍ଚଳରେ ଥିବା ରାହୁଲ ପୈମ୍‌ ପ୍ରାଇଭେଟ ଲିମିଟେଡ ନାମକ ଏକ ଘରୋଇ କମ୍ପାନୀ ନାମରେ ଏକ ସ୍କୁଟି ପଞ୍ଜୀକୃତ ହୋଇଛି। କମ୍ପାନୀ ମାଲିକ ସ୍କୁଟି ପାଇଁ ଏକ ଭିଆଇପି ନମ୍ବର(ଏଚପି ୯୦-୦୦୦୯) କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ସରକାରଙ୍କୁ ଆବେଦନ କରିଥିଲେ। ଏହି ନମ୍ବର ଲାଗି ସରକାରଙ୍କ ପକ୍ଷରୁ ନିଲାମ ଡକାଯାଇଥିଲା। ଜୁନ ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ନିଲାମ ଜାରି ରହିଥିଲା। ଏଥିରେ ରାହୁଲ ପୈମ୍‌ କମ୍ପାନୀ ସର୍ବାଧିକ ୧୮ ଲକ୍ଷ ୨୨ ହଜାର ୫୦୦ ଟଙ୍କା ନିଲାମ ଡାକିଛି। ଆଗାମୀ ୩ ଦିନ ମଧ୍ୟରେ ଏହି ଟଙ୍କା ଦାଖଲ କଲେ ଉକ୍ତ ନମ୍ବରଟି ମିଳିବ। ଏହି ନିଲାମରେ ଶାହପୁରର ଅନ୍ୟ କିଛି ଲୋକ ୧୦ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ନିଲାମ ଡାକିଥିଲେ ବୋଲି ଏସଡିଏମ ମୁରଲୀ ଲାଲ ସୂଚନା ଦେଇଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories