www.samajalive.in
Sunday, December 14, 2025
19.1 C
Bhubaneswar

ବୁର୍ଲା ହିନ୍ଦଲାବ ଏମଆରଆଇ ମହାଦୁର୍ନୀତିର ଖୋଲି ଖୋଲି ଯାଉଛି ନୂଆ ଫର୍ଦ୍ଦ

ବୁର୍ଲା: ବୁର୍ଲା ଭିମସାରର ଏମଆରଆଇ ମହାଦୁର୍ନୀତିର ଫର୍ଦ୍ଦ ଖୋଲି ଖୋଲି ଯାଉଛି। ଏପରିକି ଏମଆରଆଇ ସେଣ୍ଟରରେ ସରକାରଙ୍କୁ ମନଇଚ୍ଛା ମିଥ୍ୟାବିଲ ଦେଇ କୋଟି କୋଟି ଟଙ୍କା ଆତ୍ମସାତ କରିବାରେ ସେଣ୍ଟର ଇନ୍‍ଚାର୍ଜ ମହେଶ ସାଙ୍କ ସମ୍ପୃକ୍ତି ରହିଥିବା ସ୍ପଷ୍ଟ ଜଣାପଡୁଛି। ସେଣ୍ଟରର ମୁଖ୍ୟ ମହେଶ ସାଙ୍କ ଭୂମିକା ଏହି ସମସ୍ତ ଚଞ୍ଚକତା ସହିତ ସମ୍ପୃକ୍ତି ବା ତାଙ୍କ ଜାଣତରେ ହେଉଥିବା ଏମଆରଆଇରୁ ଚାକିରୀ ହରାଇଥିବା କର୍ମଚାରୀମାନେ ସୂଚନା ଦେଇଛନ୍ତି।

ତେବେ ଏହି ଘଟଣାରେ ଏଚଏଲଏଲ ଅଧିନରେ ଏମଆରଆଇ ପରିଚାଳନା ଭାର ସମ୍ଭାଳୁ ଥିବା କ୍ରିଷ୍ଣା ଡାଇଗ୍ନୋଷ୍ଟିକ ରହିଥିବା ବେଳେ ପ୍ରତିମାସ ବିଲ ଏଚଏଲଏଲ ମ୍ୟାନେଜରଙ୍କୁ ଦେଇଥାନ୍ତି ଏବଂ ମ୍ୟାନେଜର ବିଲ ଗୁଡିକ ଯାଞ୍ଚ କରିବା ପରେ ଭିମସାରକୁ ହସ୍ତାନ୍ତର କରାଯାଏ। କିନ୍ତୁ ଏତେ ଘଟଣା ଘଟିବା ପରେ କେମିତି ଏଚଏଲଏଲ କର୍ତ୍ତୃପକ୍ଷ ଜାଣିପାରି ନ ଥିଲେ ନା ଦସ୍ତଖତ କରୁଥିବା ଅଧିକାରୀ ସବୁଜାଣି ବିଲ ଉପରେ ମୋହର ମାରୁଥିଲେ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ସବୁଠାରୁ ବଡ କଥା ହେଲା ଏହାର ପୁଣି ନୂତନ ଫର୍ଦ୍ଦ ଏମଆରଆଇରୁ ଚାକିରୀ ହରାଇଥିବା ଜଣେ କର୍ମଚାରୀ ଖୋଲିଛନ୍ତି।

- Advertisement -

ସମ୍ପୃକ୍ତ କର୍ମଚାରୀଙ୍କ ଠାରୁ ମିଳିଥିବା ସୂଚନା ମତେ, ଏଚଏଲଏଲ ବୁର୍ଲା ଶାଖାରେ କୌଣସି ମ୍ୟାନେଜର ନାହାନ୍ତି। ତେବେ ମାସକୁ ଥରେ ମୁମ୍ବାଇରୁ ଜଣେ ମ୍ୟାନେଜର ଆସି କାଗଜ ପତ୍ର ଯାଞ୍ଚ କରି ଦସ୍ତଖତ କରି ମେଡିକାଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରୁଥିଲେ। ଉକ୍ତ ମ୍ୟାନେଜରଙ୍କ ସହିତ ଏମଆରଆଇ ସେଣ୍ଟର ଇନଚାର୍ଜ ମହେଶ ସାଙ୍କ କୁଆଡେ ଭଲ ବୁଝାମଣା ରହିଥିଲା ବୋଲି ଉକ୍ତ କର୍ମଚରୀ ଜଣକ ଅଭିଯୋଗ କରିଛନ୍ତି। ଏହି ସବୁ ଦୁର୍ନିତିରେ ମୂଖ୍ୟ କାର୍ପଟଦାର ସାଜିଥିଲେ ମହେଶ ବୋଲି ଚାକିରି ହରାଇଥିବା କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି। ତେବେ ମହେଶଙ୍କ ସହିତ କଥାବାର୍ତ୍ତା ଏବଂ ମହେଶଙ୍କ ବିରୁଦ୍ଧରେ ଅଭିଯୋଗ କରିଥିବା ଅଟେଣ୍ଡାଣ୍ଟ ଙ୍କ କଥାକୁ ନେଇ ଗଣମାଧ୍ୟମରେ ଗତ ତିନିଦିନ ଧରି ଖବର ପ୍ରକାଶିତ ହୋଇଚାଲିଛି। ଏହାକୁ ନେଇ କମ୍ପାନିରେ ଏକ ଦୋଦୁଲ୍ୟମାନ ସ୍ତିତି ଉତ୍ପର୍ଣ୍ଣ ହେଲାଣି। ଏପରିକି ବର୍ତ୍ତମାନ ପରିସ୍ଥିତି ଏଭଳି ହେଲାଣି ମହେଶ ଏବେ ଘଟଣାକୁ ଚପାଇବା ପାଇଁ ପୁଣିଥରେ ଉଦ୍ୟମ ଆରମ୍ଭ କରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପଟେ ଆଜି ବି ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର କହିଛନ୍ତି ଯେ ତଦନ୍ତ ରିପୋର୍ଟ ତାଙ୍କ ବିରୁଦ୍ଧରେ ଯାଇଛି ଏବଂ କାର୍ୟ୍ୟାନୁଷ୍ଠାନ ସୁନିଶ୍ଚିତ ତାହାକୁ କେହି ଅଟକାଇ ପାରିବେ ନାହିଁ ଯଦିଓ କରୋନା ପାଇଁ ବର୍ତ୍ତମାନ ସରକାର ବ୍ୟସ୍ତ ରହୁଛନ୍ତି ତଥାପି ବିଳମ୍ବ ହେଲେ ମଧ୍ୟ କାର୍ୟ୍ୟାନୁଷ୍ଠାନ ହେବ ବୋଲି ସୁଚନା ଦେଇଛନ୍ତି। ତେବେ ଘଟଣାରେ ସମ୍ପୃକ୍ତ ନ ଥିବା କର୍ମଚାରୀ ମାନଙ୍କୁ ଚାକିରିରୁ ଜାଣିଶୁଣି ବାହାର କରାଯିବା ଏବଂ ଘୋଟାଲାରେ ସାମିଲ ଥିବା ଏମଆରଆଇ ସେଣ୍ଟର ଅଧିକାରୀ ମହେଶ ସାଙ୍କୁ କାହିଁକି ପୁଣି ଓଡିଶା ଦାୟିତ୍ୱ ଦିଆଯାଇଛି ବୋଲି ଚାକିରୀ ହରାଇଥିବା କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି। ତେବେ ମହେଶ କମ୍ପାନିରେ ରହିଥିବା ପର୍ୟ୍ୟନ୍ତ ସାରା ଓଡିଶାର ଯେଉଁ ସବୁ ମେଡିକାଲରେ କ୍ରିଷ୍ଣାର ଏମଆରଆଇ ରହିଛି ସବୁଠାରେ ସେ ଏଭଳି ଘୋଟାଲା ହେବା ସ୍ୱାଭାବିକ ବୋଲି ଅଂଚଳରେ ଚର୍ଚ୍ଚା ଯୋର ଧରିଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories