www.samajalive.in
Sunday, December 7, 2025
23.1 C
Bhubaneswar

ଆସାମରେ ମୁକ୍ତ ହେଲେଣି ୩୫୦ ବନ୍ଦୀ, ଅସୁସ୍ଥତା ହେତୁ ୧୫ ମୃତ

ଆସାମର ବିଭିନ୍ନ ବନ୍ଦୀ ଗୃହରେ ଅଟକ ଥିବା ୩୫୦ରୁ ଅଧିକ ବନ୍ଦୀଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜାମିନ ବଳରେ ମୁକ୍ତ କରାଯାଇଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି। ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାୟ କହିଛନ୍ତି ଯେ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏପ୍ରିଲ ୧୩, ୨୦୨୦ ଆଦେଶ ଅନୁଯାୟୀ ଆସାମର ବିଭିନ୍ନ ବନ୍ଦୀ ଗୃହରେ ରହୁଥିବା ୩୫୦ ବନ୍ଦୀଙ୍କୁ ଜାମିନ ମଞ୍ଜୁର କରାଯାଇଛି।

ସୁପ୍ରିମକୋର୍ଟ ଏପ୍ରିଲ ୧୩, ୨୦୨୦ରେ ନିଜ ଆଡୁ ଆଗତ ପିଟିସନରେ ଦର୍ଶାଯାଇଛି ଯେ ଦୁଇ ବର୍ଷ ଧରି ବନ୍ଦୀ ଥିବା କଏଦୀ କିମ୍ବା ବନ୍ଦୀମାନଙ୍କୁ ସର୍ତ୍ତ ଅନୁଯାୟୀ ମୁକ୍ତ ହେବାର ଅଧିକାର ମିଳିବ। ଭାରତୀୟ ନାଗରିକଙ୍କ ପାଇଁ ଯାହା ପ୍ରଯୁଜ୍ୟ ସେହିଭଳି ସମାନ ପରିମାଣର ଅର୍ଥାତ ୫ ହଜାର ଟଙ୍କାର ବଣ୍ଡ ଏବଂ ଦୁଇ ଜଣଙ୍କ ମୁଚାଲିକାରେ ଜାମିନ ପ୍ରଦାନ କରାଯିବ ବୋଲି ସୁପ୍ରିମକୋର୍ଟ କହିଥିଲେ।

- Advertisement -

ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହା ମଧ୍ୟ କହିଛନ୍ତି ଯେ ଗତ ୨ ବର୍ଷ ମଧ୍ୟରେ ୨୦୨୦ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୧୫ ଜଣ ବନ୍ଦୀଙ୍କର ମୃତ୍ୟୁ ଘଟିଛି। ରାଜ୍ୟସଭାରେ ଏମଡ଼ିଏମକେ ସାଂସଦ ଭାଇକୋ ଏକ ପ୍ରଶ୍ନରେ କରୋନା ମହାମାରୀ ହେତୁ ଆସାମର ଅଟକ କେନ୍ଦ୍ରରୁ ବିଦେଶୀମାନଙ୍କୁ ମୁକ୍ତ କରିବାର ଆଦେଶ ପାଳନ କରାଯାଇଛି କି ବୋଲି ପଚାରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories