www.samajalive.in
Saturday, December 13, 2025
23.1 C
Bhubaneswar

ମାଲ୍ୟାଙ୍କୁ ଭାରତ ଆଣିବା ପାଇଁ ଚାଲିଛି ଗୁପ୍ତ ପ୍ରକ୍ରିୟା

ବହୁ ​କୋଟି ଟଙ୍କାର ଋଣ ଖିଲାପକାରୀ ତଥା ପଳାତକ ବିଜୟ ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ପାଇଁ ସରକାର ଗୁପ୍ତ ଭାବେ ପ୍ରକ୍ରିୟା ଜାରି ରଖିଛନ୍ତି। ତେବେ ବର୍ତ୍ତମାନ ଏହି ପ୍ରକ୍ରିୟା କେଉଁ ସ୍ଥିତିରେ ରହିଛି, ସେ କଥା ସରକାର ଜାଣି ନାହାନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋମବାର ଏଭଳି ତଥ୍ୟ ସୁପ୍ରିମକୋର୍ଟଙ୍କ ନିକଟରେ ରଖାଯାଇଛି। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ଓ ଜଷ୍ଟିସ ଅଶୋକ ଭୂଷଣ ମାଲ୍ୟାଙ୍କ ଓକିଲଙ୍କୁ ପ୍ରତ୍ୟର୍ପଣ ପାଇଁ କେଉଁ ପ୍ରକାରର ଗୁପ୍ତ ପ୍ରକ୍ରିୟା ଜାରି ରହିଛି ସେ ନେଇ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖି ମାଲ୍ୟାଙ୍କ ଓକିଲ ଅଙ୍କୁର ସୈଗଲ କୋର୍ଟଙ୍କୁ କହିଥିଲେ ଯେ, ମାଲ୍ୟାଙ୍କୁ ଲଣ୍ଡନରୁ ପ୍ରତ୍ୟର୍ପଣ ପାଇଁ କେଉଁ ପ୍ରକାରର ଗୁପ୍ତ ପ୍ରକ୍ରିୟା ଜାରି ରହିଛି, ସେ କଥା ତାଙ୍କୁ ଜଣାନାହିଁ। ସେ କେବଳ ଏତିକି ଜାଣିଛନ୍ତି ଯେ, ମାଲ୍ୟାଙ୍କ ପ୍ରତ୍ୟର୍ପଣ ବିରୋଧରେ ଯେଉଁ ଆବେଦନ ସେ କରିଥିଲେ ତା’ହା ଖାରଜ ହୋଇଯାଇଛି।

ଏହା ପରେ କୋର୍ଟ ନଭେମ୍ବର ୨ ସୁଦ୍ଧା ମାଲ୍ୟା କେବେ ଅଦାଲତରେ ହାଜର ହେବେ ସେ ସମ୍ପର୍କରେ ଜଣାଇବାକୁ ନିର୍ଦେଶ ଦେଇଛନ୍ତି। ଏହାଛଡା ମାଲ୍ୟାଙ୍କୁ ଫେରାଇ ଆଣିବା ପାଇଁ ଚାଲିଥିବା ଗୁପ୍ତ ପ୍ରକ୍ରିୟା କେବେ ଶେଷ ହେବ ସେ କଥା ମଧ୍ୟ ଜଣାଇବାକୁ କୋର୍ଟ କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଲ୍ୟା ମାମଲା ପରିଚାଳନା କରୁଥିବା ଆଇନଜୀବୀ ରଜତ ନାଏର କହିଛନ୍ତି, କୋର୍ଟଙ୍କ ନିର୍ଦେଶକ୍ରମେ ହିଁ ପ୍ରତ୍ୟର୍ପଣ ପାଇଁ ଆବେଦନ କରାଯାଇଛି। କିଛି ଗୁପ୍ତ ପ୍ରତ୍ୟର୍ପଣ ପ୍ରକ୍ରିୟା ଚାଲିଛି। ହେଲେ କେନ୍ଦ୍ର ସରକାର ଏଥିରେ ପକ୍ଷ ନାହାନ୍ତି। ବ୍ରିଟେନର ସର୍ବୋଚ୍ଚ ଅଦାଲତ ପ୍ରତ୍ୟର୍ପଣ ପ୍ରକ୍ରିୟାକୁ କାଏମ ରଖିଛନ୍ତି। କିନ୍ତୁ ଏହା ବର୍ତ୍ତମାନ ସୁଦ୍ଧା କାର୍ୟ୍ୟକାରୀ ହୋଇନାହିଁ। ଏହାର ସ୍ଥିତାବସ୍ଥା ସମ୍ପର୍କରେ ମଧ୍ୟ ଖବର ନାହିଁ। ଭାରତରୁ ପ୍ରାୟ ୯ ହଜାର କୋଟିରୁ ଅଧିକ ଟଙ୍କାର ଋଣ କରି ମାଲ୍ୟା ବିଦେଶ ପଳାୟନ କରିଛନ୍ତି। ସେ ବ୍ରିଟେନରେ ଆତ୍ମଗୋପନ କରିଥିବାରୁ ତାଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories