www.samajalive.in
Monday, December 15, 2025
15.1 C
Bhubaneswar

୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲା : ଭିଜିଲାନ୍ସ ଇନିସ୍ପେକ୍ଟର ମାନସୀ ଜେନା ଓ ସହଯୋଗୀ ମୁକେଶ ସାହୁ ଗିରଫ

ସମ୍ବଲପୁର – ସମ୍ବଲପୁର ଭିଜିଲାନ୍ସ ମଣ୍ଡଳରେ କାର୍ଯ୍ୟରତ ଇନିସ୍ପକ୍ଟେର ମାନସୀ ଜେନା ତାଙ୍କ ଜଣେ ସହଯୋଗୀ ମୁକେଶ ସାହୁ ଙ୍କ ଜରିଆରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଘଟଣାରେ ବିଭାଗ ତାଙ୍କୁ ଶନିବାର ଗିରଫ କରି ଚାଲାଣ କରିଛି । ଏ ସର୍ମ୍ପକରେ ଭିଜିଲାନ୍ସ ଏସପି କଟକ ଏମ. ରାଧାକୃଷ୍ଣ କହିଛନ୍ତି ଯେ, ଗତକାଲି ଇନିସ୍ପକ୍ଟେର ମାନସୀ ଜେନା ଙ୍କ ଗତକାଲି ତାଙ୍କର ସାଥି ମୁକେଶ ସାହୁ ଙ୍କ ଜଣେ ସରକାରୀ କର୍ମଚାରୀ ଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରି ନେଇଛନ୍ତି । ଏଣୁ ସେମାନଙ୍କୁ ଧରାଯାଇ ଗିରଫ କରାଯାଇଛି । ଆଜି ସେମାନଙ୍କୁ ଅଦାଲତକୁ ଚାଲାଣ କରାଯାଇଛି । ଏହି ମାମଲାରେ ଇନିସ୍ପକ୍ଟେର ଏକୁଟିଆ ଲାଞ୍ଚ ନେଉଥିଲେ କି ଅନ୍ୟ କୌଣସି କର୍ମଚାରୀ ମଧ୍ୟ ସାମିଲ ରହିଛନ୍ତି, ମୁକେଶ ସାହୁ ଙ୍କ ସହିତ ତାଙ୍କର କି ସର୍ମ୍ପକ, ଏହି ମାମଲା ବ୍ୟତିତ ଅନ୍ୟ କାହା ଠାରୁ ଲାଞ୍ଚ ନେଇଛନ୍ତି କି ନାହିଁ ଇତ୍ୟାଦି ବିଭିନ୍ନ ବିଷୟକୁ ନେଇ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ତଦନ୍ତ ଅଗ୍ରଗତି ପରେ ସମସ୍ତ ବିଷୟ ସ୍ପଷ୍ଟ ହେବ ବୋଲି ଏସପି ରାଧାକୃଷ୍ଣ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଇନିସ୍ପକ୍ଟେର ମାନସୀ ଜେନା ଜଣେ ସରକାରୀ କର୍ମଚାରୀ ଙ୍କ ବିରୋଧରେ ଥିବା ଭିଜିଲାନ୍ସ ମାମଲାର ତଦନ୍ତର ଇନଚାର୍ଜ ରହିଥିଲେ । ଉକ୍ତ ମାମଲାକୁ ରଫାଦଫା କରିବା ପାଇଁ ଇନିସ୍ପକ୍ଟେର ଜେନା ତାଙ୍କର ସାଥି ମୁକେଶ ସାହୁ ଙ୍କ ଜରିଆରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିବା ପରେ ତାକୁ ଗତକାଲି ବରଗଡ ଠାରେ ନେଇଥିଲେ । ସେହି ସମୟରେ ଭିଜିଲାନ୍ସର ଆନ୍ତରିକ ୟୁନିଟ ସ୍ୱତନ୍ତ୍ର ଜାଲ ବିଛାଇ ତାଙ୍କୁ ଓ ସାଥି ଙ୍କୁ ଧରିଥିଲେ । ଏଣୁ ଭିଜିଲାନ୍ସ ମାମଲା ସଂଖ୍ୟା ୫/୨୦୨୨ ରୁଜୁ କରାଯାଇ ଉଭୟ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିଲା । ଏହା ପରେ ମାନସୀ ଜେନା ଙ୍କ ସମ୍ବଲପୁର ସ୍ଥିତ ସରକାରୀ ବାସଭବନ, ସୁନ୍ଦରଗଡ, ଭୁବନେଶ୍ୱର ସ୍ଥିତ ବାସଭବନ ଏବଂ ବରଗଡ ସ୍ଥିତ ମୁକେଶ ସାହୁ ଙ୍କ ବାସଭବନରେ ଚଢ଼ଉ କରାଯାଇଥିଲା । ଏହି ମାମଲାରେ ଜରିଆରେ ଲାଞ୍ଚ ନେବା ସମୟରେ ଧରାଯାଇଥିଲା । ଅପରପକ୍ଷରେ ଭିଜିଲାନ୍ସ ବିଭାଗ କୌଣସି ସ୍ଥାନରେ ଚଢ଼ଉର ୨୪ ଘଣ୍ଟା ପରେ ଚଢ଼ଉର ବିସ୍ତୃତ ବିବରଣୀ ପ୍ରକାଶ କରୁଥିବା ବେଳେ କିନ୍ତୁ ଏହି ମାମଲାରେ ତଦନ୍ତ ଚାଲିଛି ବୋଲି ସମସ୍ତ ବିଷୟକୁ ଏଡାଇ ଯାଉଥିବାର ପରିଲକ୍ଷିତ ହେଉଛି । ଘଟଣାଟି ବିଭାଗୀୟ ଅଧିକାରୀ ଙ୍କ ସହିତ ସଂପୃକ୍ତ ଥିବା ବେଳେ ଏହି ମାମଲା ସହିତ ସଂପୃକ୍ତ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ଭିଜିଲାନ୍ସ ବିଭାଗ ଟାଳଟୁଳ ନୀତି ଅବଲମ୍ବନ କରୁଥିବାର ଦେଖାଯାଉଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories