www.samajalive.in
Sunday, December 14, 2025
26.1 C
Bhubaneswar

ସମଲେଇ ମନ୍ଦିର ଦର୍ଶନ କଲେ ମୁଖ୍ୟ ଶାସନ ସଚିବ

ସମ୍ବଲପୁର: ଶନିବାର ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସମଲେଇ ମନ୍ଦିର ଦର୍ଶନ କରିଛନ୍ତି। ମା’ ସମଲେଇଙ୍କ ଦର୍ଶନ ପରେ ସେ ଲାଇଣ୍ଡ ଆଣ୍ଡ ସାଉଣ୍ଡ ଶୋ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ତେବେ ସମଲେଇ ମନ୍ଦିର ପୁନରାଉଦ୍ଧାର ଜୋରସୋରରେ ଚାଲିଥିବା କହିବା ସହ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ସେ କହିଛନ୍ତି। ସମଲେଇ ପ୍ରକଳ୍ପର ସମସ୍ତ ପ୍ରସ୍ତୁତି ସରିଥିବା ସେ କହିଛନ୍ତି। ତେବେ ସମଲେଇ ମନ୍ଦିର ଦର୍ଶନ ପୂର୍ବରୁ ସେ ଆଜି ବୁର୍ଲା ଅଶୋକ ନିବାସରେ ସମସ୍ତ ବିଭାଗକୁ ନେଇ ସମୀକ୍ଷା ବୈଠକ କରିଛନ୍ତି। ମୁଖ୍ୟତଃ ଗ୍ରାମୀଣ ଜଳଯୋଗାଣ, ସରହାଂଚଳ ଜଳ ଯୋଗାଣ, ଜାତୀୟ ରାଜପଥ, ଜଳ ସେଚନ ଓ ଅନ୍ୟ ସମସ୍ତ ବିଭାଗର କାର୍ଯ୍ୟକୁ ସମୀକ୍ଷା କରିଛନ୍ତି। ଏହା ସହ ଏହି ସବୁ କାର୍ୟ୍ୟ ସାରିବା ପାଇଁ ଡେଡଲାଇନ ଦିଆଯାଇଥିବା ସେ କହିଛନ୍ତି। ଏହାସହ ହୀରାକୁଦରେ ପର୍ୟ୍ୟଟନ ବିକାଶ ଓ ଡେବ୍ରିଗଡର ପର୍ୟ୍ୟଟନ ବିକାଶ ଉପରେ କାର୍ୟ୍ୟ କରାଯାଉଥିବା ନେଇ ମୁଖ୍ୟ ଶାସନ ସଚିବ ମତ ରଖିଛନ୍ତ। ଏହା ସହ ବୁର୍ଲାରୁ ହାରାକୁଦ ଭିତରେ ଥିବା ଦ୍ବୀପକୁ ବ୍ରିଜରେ ସଂଯୋଗ କରି ବିକାଶ କରାଯିବ ସେନେଇ ଆଲୋଚନା ହୋଇଥିଲା। ତେବେ ଆଜି ଅଶୋକ ନିବାସରେ ରହଣି ଥିବାବେଳେ ଆସନ୍ତାକାଲି ବରଗଡ ଯିବେ। ଗଙ୍ଗାଧର ମେହେର ମେଗା ଉଠା ଜଳ ସେଚନ ପ୍ରକଳ୍ପର ଅନୁଧ୍ୟାନ କରିବେ। ଏହି ଅବସରରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସହ ଜିଲାପାଳ ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories