www.samajalive.in
Monday, December 15, 2025
14.1 C
Bhubaneswar

ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ଲାଞ୍ଚୁଆ ଅଧିକାରୀ

ସୁନ୍ଦରଗଡ଼: ଗତକାଲି ମୁଖ୍ୟମନ୍ତ୍ରୀ ଦୁର୍ନୀତି ଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ସ୍ୱରୂପ ବାଧ୍ୟତାମୂଳକ ଅବସର ଦେବା ଘଟଣା ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି ହେଲେ ସରକାରଙ୍କ ଦୁର୍ନୀତି ବିରୋଧି ଅଭିଯାନରେ ଭିଜିଲାନ୍ସ ବିଭାଗ ବେଶ ସକ୍ରିୟ ହୋଇପଡ଼ିଥିବାର ପରିଲିକ୍ଷିତ ହେଉଛି। ଗତକିିଛି ଦିନ ମଧ୍ୟରେ ଜିଲାର ଲାଞ୍ଚୁଆ ଅଧିକାରୀ ୱେସ୍କୋ କନିଷ୍ଠ ଯନ୍ତ୍ରୀ, ଜିଏସଟି ଅଧିକାରୀ, ସୁନ୍ଦରଗଡ଼ର ସହକାରୀ ଯନ୍ତ୍ରୀଙ୍କ ପରେ ଆଜି ସୁନ୍ଦରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଅଶୋକ କୁମାର ମିଶ୍ର ମଧ୍ୟ ଭିଜିଲାନ୍ସ ପଞ୍ଝାରେ ଫଶି ଯାଇଛନ୍ତି। ୨୦୧୭ ମସିହାର ଏକ ପୁରୁଣା ବିଲ ପାସ କରିବା ପାଇଁ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୌର ନିର୍ବାହୀ ଅଧିକାରୀଙ୍କୁ ରଙ୍ଗେହାତ ଭିଜିଲାନ୍ସ ଟିମ ମାଡ଼ି ବସିବା ସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ଓ ରାସାୟନିକ ପରୀକ୍ଷାରେ ପଜିଟିଭ ରିପୋର୍ଟ ଆସିବା ପରେ ତାଙ୍କ ସୁନ୍ଦରଗଡ଼ ବାସଭବନ ଓ କାର୍ଯ୍ୟାଳୟର ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଛି।

 

- Advertisement -

ବିଭାଗୀୟ ସୂତ୍ରରୁ ପ୍ରକାଶ, ୨୦୧୭ ମସିହାରେ ଝାରସୁଗୁଡ଼ାରେ (ସାଇନ ଟେଲର) ଦୋକାନ ଓ କପଡ଼ା ବ୍ୟବସାୟ କରୁଥିବା ସାହିଦ ହକ୍‍ ସୁନ୍ଦରଗଡ଼ ପୌରପାଳିକାର ସଫେଇ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଡ୍ରେସ ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟାଦେଶ ପାଇବା ପରେ ଡ୍ରେସ ଗୁଡ଼ିକ ପୌରପାଳିକାକୁ ହସ୍ତାନ୍ତର କରିଥିଲେ। ପରେ ସେ ଦୁଇ ପର୍ଯ୍ୟାୟରେ ମୋଟ ୧ଲକ୍ଷ୭୭ହଜାରର ବିଲ ଜମା ମଧ୍ୟ କରିଥିଲେ। ଇତିମଧ୍ୟରେ ୨/୩ ଜଣ ନିର୍ବାହୀ ଅଧିକାରୀ ବଦଳି ହୋଇଥିବା ବେଳେ ବ୍ୟବସାୟୀ ହକ୍‍ ଟଙ୍କା ପାଇବା ପାଇଁ ବାରମ୍ବାର ଦୌଡ଼ି ନିରାଶ ହୋଇଯାଇଥିଲେ। ପରେ ସେ ଶ୍ରୀ ମିଶ୍ରଙ୍କୁ ଏହି ବିଲ ବାବଦରେ କହିବାରୁ ଉଭୟଙ୍କ ମଧ୍ୟରେ ୧୫ହଜାର ଟଙ୍କାରେ କଥା ଛିଣ୍ଡିଥିଲା। ସାମଗ୍ରୀ ଦେଇ ଦୀର୍ଘ ଦିନ ଅପେକ୍ଷା ଓ ନିରାଶ ହୋଇଥିବା ବ୍ୟବସାୟୀ ହକ୍‍ ରାଉରକେଲା ଭିଜିଲାନ୍ସ ଏସ୍‌ପି ସୁବାଷ ଚନ୍ଦ୍ର ସ୍ୱାଇଁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏସ.ପି ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ଡିଏସ୍‌ପି ବୀରେନ୍ଦ୍ର ନାଏକଙ୍କ ନେତୃତ୍ୱରେ ଇନ୍ସପେକ୍ଟର ସୁଧାଂଶୁ ଶେଖର ପୂଝାରୀ, ପ୍ରଦୀପ ଆଇନ୍ଦ, ଯୋଗେଶ ପ୍ରସାଦ ପଟେଲ, ସୁଧିର କୁମାର ପ୍ରମୁଖ ଲାଞ୍ଚୁଆ ଅଧିକାରୀଙ୍କୁ ଧରିବା ପାଇଁ ପ୍ରସ୍ତୁତ ହୋଇଥିଲେ।

ଆଜି ସନ୍ଧ୍ୟାରେ ବ୍ୟବସାୟୀ ହକ୍‍ ୧୫ ହଜାର ଟଙ୍କା ନେଇ ଶ୍ରୀ ମିଶ୍ରଙ୍କୁ କାର୍ଯ୍ୟାଳୟରେ ଦେବା ପରେ ସେମାନଙ୍କ ମଧ୍ୟରେ କିଛି ମିନିଟ କଥା ବାର୍ତ୍ତା ଚାଲିଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ ତାଙ୍କୁ ମାଡ଼ି ବସି ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କ ହାତକୁ ପାଣିରେ ବୁଡ଼ାଇବାରୁ ତାହା ପଜିଟିଭ ଆସିଥିଲା। ପରେ ଏହି ଟିମ ତାଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଫାଇଲ ଛାନଭିନ କରିବା ସହ ସୁନ୍ଦରଗଡ଼ସ୍ଥିତ ବାସଭବନରେ ମଧ୍ୟ ଚଢ଼ଉ କରିଥିଲେ। ଲଗାତାର ଭିଜିଲାନ୍ସର ଚଢ଼ଉ ଜିଲାର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମହଲରେ କୋକୁଆ ଭୟ ସୃଷ୍ଟି କରିଛି। ଏପରିକି ଆଜି ସନ୍ଧ୍ୟାରେ ଅନ୍ୟ ଜଣେ ଜୈନିକ ଅଧିକାରୀଙ୍କୁ ପ୍ରଦାନ କରାଯାଉଥିବା ନୂଆ ବର୍ଷ ଉପହାରକୁ ମଧ୍ୟ ସେ ଛାନିଆ ହୋଇ ଫେରାଇ ଦେଇଥିଲେ। ଶେଷ ଖବର ଲେଖା ହେଲା ବେଳକୁ ଭିଜିଲାନ୍ସ ପକ୍ଷରୁ ଗିରଫ ନିର୍ବାହୀ ଅଧିକାରୀ ଶ୍ରୀ ମିଶ୍ରଙ୍କୁ ସ୍ଥାନୀୟ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଥିଲା। ସ୍ୱତନ୍ତ୍ର ଜଜ୍‍ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବାର ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories