www.samajalive.in
Thursday, December 11, 2025
23.1 C
Bhubaneswar

ଫୁଲବାଣୀରେ ଯୁବ ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଫୁଲବାଣୀ: ଜିଲା ଯୁବ ବିଜୁ ଜନତା ଦଳ ଆନୂକୂଲ୍ୟରେ ଗୁରୁବାର ସ୍ଥାନୀୟ ସଦର ମହକୁମା ଡାକ୍ତରଖାନା ପରିସରରେ ଥିବା ରକ୍ତଭଣ୍ଡାରଠାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରକୁ ଜିଲା ବିଜେଡି ସଭାପତି ସରୋଜ କର୍ଣ୍ଣ ଉଦ୍‍ଘାଟନ କରିବା ସହ ରକ୍ତଦାନ ଭଳି ମହାନ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ଯୁବ ଗୋଷ୍ଠୀଙ୍କୁ ପରାମର୍ଶ ଦେଇଥିଲେ। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

- Advertisement -

ଦଳ ସଭାପତି ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ସାରା ରାଜ୍ୟରେ ଚାଲିଥିବା ଏହି ରକ୍ତଦାନ ଶିବିରରେ କନ୍ଧମାଳ ଜିଲା ଯୁବ ବିଜେଡିର ଅନେକ ସଦସ୍ୟଙ୍କ ସମେତ ଅନେକ ସ୍ୱେତ୍ସାସେବୀ ରକ୍ତଦାନ କରିଥିଲେ। ଆଜିର ଶିବିରରେ ସମୂଦାୟ ୪୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାଯାଇଛି। ବ୍ଲଡବ୍ୟାଙ୍କର ଡାକ୍ତର ଜୟଦୀପ ଘୋଷଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିର ପରିଚାଳନାରେ ରକ୍ତଭଣ୍ଡାରର କର୍ମଚାରୀ ମାନେ ସହଯେ୍‍ାଗ କରିଥିଲେ। ଜିଲା ଯୁବ ବିଜେଡି ସଭାପତି ବିଷ୍ନୁ ଚରଣ ମଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ଯୁବ ବିଜେଡ଼ିର ନଗର ସଭାପତି ପାର୍ଥ ସାରଥି ବିଶ୍ୱାଳ, ଉପସଭାପତି ଧନଞ୍ଜୟ ପାତ୍ର, ପ୍ରସନ୍ନ ବେହେରା, ପ୍ରବୀଣ ବେହେରା, ଦେବବ୍ରତ ନାୟକ, ବିଧ୍ୟାଧର ପ୍ରଧାନ, ରାଜ୍ୟ ସଂପଦାକ ଶତୃଘନ ମହନନ୍ଦିଆ, ସଂଜିତ୍‍ ମଲିକ, ଅନିରୁଦ୍ଦ ମୁଖୀ, ଆଶିଷ୍‍ କୁମାର ନାୟକ, ମେହନ୍ତ ନାୟକ, ରବିନ୍ଦ୍ର କହଁର, ମିଥୁନ୍‍ ନାୟକ ଓ ଛାତ୍ର ବିଜେଡିର ଜିଲା ସଭାପତି ସୁନୀଲ ସେଠୀଙ୍କ ସମେତ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories