www.samajalive.in
Tuesday, December 9, 2025
17.1 C
Bhubaneswar

କୋଇଲା ଖଣି ପାଇଁ ବିସ୍ଥାପିତ ହେଲେ ଆରାଧ୍ୟ ଦେବୀ ପୀତାବଳିଆ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‍ ଖିଣ୍ଡା ଗ୍ରାମ ପଞ୍ଚାୟତରେ ପ୍ରତିଷ୍ଠା ହେଉଥିବା ଏନ୍‍ଏଲ୍‍ସି କମ୍ପାନୀର ତଲାବିରା (୨) ଏବଂ (୩) କୋଇଲା ଖଣି ଯୋଗୁଁ ଜନସାଧାରଣଙ୍କ ବିରୋଧ ସତ୍ୱେ ତଲାବିରା ଗ୍ରାମ୍ୟ ଜଙ୍ଗଳ ରେ କାହିଁ କେଉଁ କାଳରୁ ପୂଜା ପାଉଥିବା ଗ୍ରାମ୍ୟ ଦେବୀଙ୍କୁ ଜଙ୍ଗଲରୁ ବିସ୍ଥାପିତ କରାଯାଇଛି। ଅଦାନୀ କମ୍ପାନୀର ଉପ-ସଭାପତି ପ୍ରସନ୍ନ କୁମାର ପଣ୍ଡା, ସଦର ଏସଡିପିଓ ତପନ ମହାନ୍ତି, ଏକ୍‍ଜ୍ୟୁକେଟିଭ୍‍ ମାଜିଷ୍ଟ୍ରେଟ ରେଙ୍ଗାଲି ତହସିଲଦାର ସୁନିଲ କୁମାର ମେହେର, ଠେଲକୁଲି ଆଇଆଇସି ପ୍ରକାଶ କୁମାର କର୍ଣ, ରେଙ୍ଗାଲି ଥାନା ଅଧିକାରୀ ଧବଲେଶ୍ୱର ସାହୁଙ୍କ ଉପସ୍ଥିତିରେ ଆଜି ତ୍ରିପାକ୍ଷିକ ବୈଠକରେ ସମାଧାନ ହେଲା ପରେ ସଶସ୍ତ୍ର ପୁଲିସ ବାହିନୀର ସୁରକ୍ଷା ବଳୟରେ ଗ୍ରାମ୍ୟଦେବୀଙ୍କୁ ତାଙ୍କ ପୂଜାସ୍ଥଳିରୁ ତଲବିରା ଗ୍ରାମ୍ୟ ସୀମାରେ ଥଇଥାନ କରାଯାଇଥିବା ଜଣାପଡିଛି।

- Advertisement -

ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ଆସ୍ଥା ଏବଂ ବିଶ୍ୱାସର ପ୍ରତୀକ ପୀତାବଳିଆଙ୍କ ବିସ୍ଥାପନକୁ ଗ୍ରାମବାସୀ ତୀବ୍ର ବିରୋଧ କରିଆସୁଥିଲେ। ଗ୍ରାମବାସୀଙ୍କ ଅଜାଣତରେ ଗ୍ରାମ୍ୟ ଜଙ୍ଗଲରେ ପୂଜା ପାଉଥିବା ଗ୍ରାମ୍ୟ ଦେବୀଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ରାତିରେ ଉଠାଇ ଆଣିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏଥିଯୋଗୁଁ ବିଗତ ଦିନରେ ଚାପା ଉତ୍ତେଜନା ସୃଷ୍ଟି ହୋଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ସମାଧାନ ନିମନ୍ତେ ପୂଲିସ/ପ୍ରଶାସନ ଓ କମ୍ପାନୀ ର ଅଧିକାରୀ ମାନଙ୍କ ସହିତ ଗ୍ରାମବାସୀଙ୍କ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories