www.samajalive.in
Sunday, December 7, 2025
26.1 C
Bhubaneswar

ଭିଜିଲାନ୍ସ ଜାଲରେ ବାଲିଅନ୍ତା ତହସିଲ୍ ଅଫିସ୍ ଡ଼ାଟା ଏଣ୍ଟ୍ରି ଅପରେଟର

ଭୁବନେଶ୍ବର: ଜମିର କିଶମ ବଦଳାଇବା ପାଇଁ ୧ଲକ୍ଷ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲିଅନ୍ତା ତହସିଲ୍ ଡ଼ାଟା ଏଣ୍ଟ୍ରି ଅପରେଟର ଧନେଶ୍ବର ସାହୁ। ତେବେ ସେ ନେଇଥିବା ଲାଞ୍ଚ ଟଙ୍କା ତହସିଲ୍‌ଦାର ମାଗିଛନ୍ତି ବୋଲି ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଧନେଶ୍ବର ସଫେଇ ଦେଇଛନ୍ତି। ବାଲିଅନ୍ତା ତହସିଲ୍ ଅଫିସ୍ ଡ଼ାଟା ଏଣ୍ଟ୍ରି ଅପରେଟର ଧନେଶ୍ବର ସାହୁ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧନେଶ୍ବର ସାହୁଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲା। ଭୁବନେଶ୍ବର ଶାସ୍ତ୍ରୀନଗର ଅଞ୍ଚଳର କୈଳାସ ରଥଙ୍କ ଜମି(ଓଆର୍‌ଏଲ୍‌ କେସ୍‌ ନଂ.୨୦୩/୨୦୨୦)ର କିଶମ ବଦଳାଇବା ପାଇଁ ତହସିଲଦାର ଲାଞ୍ଚ ମାଗିଥିବା ବାଲିଅନ୍ତା ତହସିଲ୍ ଡ଼ାଟା ଏଣ୍ଟ୍ରି ଅପରେଟର ଧନେଶ୍ବର ସାହୁ କହିଥିଲେ। ଏ ବାବଦରେ ତହସିଲ୍ ଅଫିସ୍ ନିକଟରୁ କୈଳାସଙ୍କ ଠାରୁ ୧ଲକ୍ଷ ୨୦ ହଜାର ଟଙ୍କା ନେଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ଟିମ୍ ରେଡ୍ ହ୍ୟାଣ୍ଡରେ ବାଲିଅନ୍ତା ତହସିଲ୍ ଡ଼ାଟା ଏଣ୍ଟ୍ରି ଅପରେଟର ଧନେଶ୍ବର ସାହୁଙ୍କୁ ଧରିଥିଲେ ଓ କେମିକାଲ୍‌ ଲାଗିଥିବା ଟଙ୍କା ଜବତ କରିଥିଲେ। ଏହାସହିତ ତହସିଲ୍‌ଦାର ରଶ୍ମି ରେଖା ପ୍ରଧାନଙ୍କ ବାଲିଅନ୍ତାରେ ଥିବା ଏକ ଆପାର୍ଟମେଣ୍ଟର ଭଡା ଘରେ ଏବଂ ଧନେଶ୍ବର ସାହୁଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ଉ ଜାରି ଜାରି ରଖିଛି। ଏହି ଘଟଣାରେ ଭୁବନେଶ୍ବର ଭିଜିଲାନ୍ସ ପିଏସ୍‌ କେସ୍‌ ନଂ ୧୪/୨୦୨୦ ରେଜିଷ୍ଟର କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories