www.samajalive.in
Monday, December 15, 2025
26.1 C
Bhubaneswar

ଭିଜିଲାନ୍ସ ପଞ୍ଝାରେ ଜଳ ବିଭାଜନ ପ୍ରକଳ୍ପ ନିର୍ଦ୍ଦେଶକ: ଘରୁ ମିଳିଲାଣି ଦେଢ କୋଟି

ମାଲକାନଗିରି: ଭିଜିଲାନ୍ସ ଜାଲରେ  ମାଲକାନଗିରି ଜଳ ବିଭାଜନ ପ୍ରକଳ୍ପ ନିର୍ଦ୍ଦେଶକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉପ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରୁଛି। ଜୟପୁର, ମାଲକାନଗିରି, କଟକ ଏବଂ ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ରେଡ୍‌ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା  ଜୟପୁର ଘରୁ ପ୍ରାୟ ଦେଢ କୋଟି ଟଙ୍କା ଜବତ ହେଲାଣି। କଟକ ବାଲିସାହିରେ ଥିବା ପୈତୃକ ଘର, ଭୁବନେଶ୍ଵର ହାଉସିଂ ବୋର୍ଡ କଲୋନୀ ଓ ଭୀମଟାଙ୍ଗୀରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍ ଚାଲିଛି। ଜୟପୁର ଘରର ଆସବାବପତ୍ର ଦେଖି ଭିଜିଲାନ୍ସ ତାଜୁବ ହୋଇଯାଇଛି । ମାଲକାନଗିରିର ୪ଟି ସ୍ଥାନ ରେଡ୍ କରୁଛି ଭିଜିଲାନ୍ସ ଟିମ। ମାଲକାନଗିରି ଜିଲ୍ଲାର ସରକାରୀ କାର୍ଯ୍ୟାଳୟ ସହ ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳ , ଡାଟା ଏଣ୍ଟ୍ରି ଅପରେଟର ବିଶ୍ବଜିତ ମଣ୍ଡଳ ଓ ଡବ୍ଲୁଏମଟି ଅମିଅ ସାହୁଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରୁଛି ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories