www.samajalive.in
Saturday, December 6, 2025
15.1 C
Bhubaneswar

ଦୁଇ ଦେଶର ପ୍ରତିନିଧି ସମ୍ମିଳନୀ: ଓଡ଼ିଶାର ବୌଦ୍ଧକୀର୍ତ୍ତି ପୀଠକୁ ଆସିବେ ଭିଏତନାମ ପର୍ଯ୍ୟଟକ

ଭୁବନେଶ୍ବର: ପୂର୍ବ ଭାରତର ପ୍ରମୁଖ ବୌଦ୍ଧ କୀର୍ତ୍ତିରାଜି ‘ହୀରକ ତ୍ରିଭୁଜ’ ପରିମଣ୍ଡଳ ଅନ୍ତର୍ଗତ ଲଳିତଗିରି-ରତ୍ନଗିରି-ଉଦୟଗିରି ଏବଂ ରାଜ୍ୟର ଅନ୍ୟ ଐତିହ୍ୟ-ସଂସ୍କୃତି ସମ୍ପନ୍ନ ପୀଠକୁ ଭିଏତନାମର ପର୍ଯ୍ୟଟକ ଆସିବେ। ସେଥିପାଇଁ ଭିଏତନାମର ହୋ-ଚି-ମିନି ସିଟିରେ ଆୟୋଜିତ ଦ୍ୱିପାକ୍ଷିକ ସମ୍ମିଳନୀରେ ଆଲୋଚନା ହୋଇଛି। ଚଳିତ ମାର୍ଚ୍ଚ ପ୍ରଥମ ସପ୍ତାହରେ ଭିଏତନାମର ରାଜଧାନୀ ଏବଂ ଭିନ୍‌ ଲଙ୍ଗ ସମୁଦ୍ର ବେଳାଭୂମିରେ ପର୍ଯ୍ୟଟନ-ସଂସ୍କୃତି ଓ ବାଣିଜ୍ୟ ବିକାଶ ଶୀର୍ଷକ ତିନିଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଓଡ଼ିଶା କର୍ପୋରେଟ ଫାଉଣ୍ଡେସନ ପକ୍ଷରୁ ଯୁବ ଉଦ୍ୟୋଗୀ ପ୍ରକାଶ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ପ୍ରବାସୀ ଓଡ଼ିଆଭାବେ ସିଙ୍ଗାପୁରରେ ରହୁଥିବା ଜାହାଜ ଚଳାଚଳ ବିଭାଗର ଜଗଦୀଶ ପ୍ରସାଦ ଦାସ, କନ୍ଧମାଳର ଜୈବିକ ଫାର୍ମର ଉଦ୍ୟୋଗୀ ସରୋଜ କୁମାର ସାହୁ ଓ ହାଇଦ୍ରାବାଦରେ ରହୁଥିବା ବାଣିଜ୍ୟ ପରାମର୍ଶଦାତା ସଞ୍ଜୀବନୀ ପାଲ ଏଥିରେ ଅଂଶଗ୍ରହଣ କରିଥିଲେ। ଭିଏତନାମରେ ଥିବା ଭାରତୀୟ ଦୂତାବାସ କନସୁଲେଟ୍‌‌ ଜେନେରାଲ ଅଫ୍‌‌ ଇଣ୍ଡିଆ ପକ୍ଷରୁ ଏହି ବାଣିଜ୍ୟ-ପର୍ଯ୍ୟଟନ-ସଂସ୍କୃତି ବିକାଶ ସମ୍ମିଳନୀ ଆୟୋଜନ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories