www.samajalive.in
Monday, December 15, 2025
26.1 C
Bhubaneswar

ଗୋପାଳପୁରରେ ବିଜେଡିର ଶକ୍ତି ପ୍ରଦର୍ଶନ

ଗୋପାଳପୁର: ରାଜ୍ୟରେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଗାଁ ଗାଁରେ ସଭାସମିତି କରି ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିପଡିଛନ୍ତି । ବୁଧବାର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଳରେ ନିଜର ଶକ୍ତି ପ୍ରଦର୍ଶନ କରିଛି । ଗୋପାଳପୁର ବିଜେଡି ର ଯୁବନେତା ରାମ ହରି ପାତ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମକର୍ତ୍ତା କରାପଲ୍ଲୀ ଛକ ଠାରୁ ମୋଟର ସାଇକେଲ ରାଲି କରିଥିଲେ । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଭବ୍ୟ ସ୍ୱାଗତ କରି ଗୋପାଳପୁର ଠାରେ ଅନୁଷ୍ଠିତ ସଭାସ୍ଥଳୀକୁ ପାଛୋଟି ନେଇଥିଲେ ।

ସେଠାରେ ବିଧାୟକ ପଣ୍ଡାଙ୍କୁ ନେତା ଓ କର୍ମୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଗାମୀ ଦିନରେ ବିଜେଡିକୁ ଗୋପାଳପୁର ରେ ଆହୁରି ସଶକ୍ତ କରିବାକୁ ସମସ୍ତ ସଂକଳ୍ପ ନେଇଥିଲେ । ପ୍ରତି ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିକାଶ କରିବା ସହିତ ମନ୍ଦିର ଓ ବିଦ୍ୟାଳୟକୁ ରୂପାନ୍ତରିତ କରଣ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଭଳି ବହୁ ବିକାଶମୂଳକ ପ୍ରକଳ୍ପ ରାଜ୍ୟ ସରକାର ହାତକୁ ନେଇଥିବା କର୍ମୀଙ୍କୁ ଅବଗତ କରାଯାଇଥିଲା । ଏଥିସହ ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି ସକାଶେ ବହୁବିଧ କାର୍ଯ୍ୟକ୍ରମ ମାନ ହାତକୁ ନେଇ ଏକ ସ୍ୱତନ୍ତ୍ର ପରିଚୟ ଦେବା ସହ ଖୁବଶୀଘ୍ର ଗୋପାଳପୁର ଠାରେ ମୁହାଣ କାର୍ଯ୍ୟ ଆରମ୍ଭ ହେବା ସହ ଟେଣ୍ଡର କାମ ଶେଷ ହୋଇଯାଇଛି ବୋଲି ବିଧାୟକ କହିଛନ୍ତି । ଆମେ ସମସ୍ତେ ଏକତ୍ରିତ ହୋଇ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଅଧିକରୁ ଅଧିକ ଭୋଟ ଦେଇ ଅଧୁରା କାମକୁ ସମ୍ପୂର୍ଣ କରିବା ପାଇଁ ବିଧାୟକ ଆହ୍ୱାନ ଦେଇଥିଲେ । ଏହି ଅବସରରେ କେଲୁଆପଲ୍ଲୀର କିଛି ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଥିଲେ । ବ୍ଲକ ସଭାପତି ଅଜିତ କୁମାର ଦାଶ ସଭାପତି କରିଥିବା ବେଳେ ଯୁବ ନେତା ଶିବରାମ ପାତ୍ର ଧନ୍ୟବାଦ ଦେଇଥିଲେ ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories