www.samajalive.in
Monday, December 8, 2025
14.1 C
Bhubaneswar

ସଲମାନଙ୍କ ‘ଟାଇଗର୍‌-୩’ ସେଟ୍‌ରେ ଶାହରୁଖଙ୍କ ‘ପଠାନ୍‌’ ଲୁକ୍; ଲିକ୍‌ ଭିଡିଓ ଦେଖି ପ୍ରଶଂସକ ଉତ୍ସାହିତ

ନୂଆଦିଲ୍ଲୀ: ‘ପଠାନ୍‌’ରେ ଶାହରୁଖ ଖାନ୍‌ ଓ ସଲମାନ ଖାନ୍‌ଙ୍କ ଯୋଡ଼ି ‘ଟାଇଗର୍‌-୩’ରେ ଦେଖିବାକୁ ମିଳିବ। ପ୍ରଶଂସକମାନେ ଉତ୍ସାହର ସହିତ ଏଥିପାଇଁ ଅପେକ୍ଷା କରିଛନ୍ତି। ଇତି ମଧ୍ୟ​‌ରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ‘ଟାଇଗର୍‌-୩’ ସେଟ୍‌ର ବୋଲି କୁହାଯାଉଛି। ଏଥିରେ ସଲମାନ ଖାନ୍‌ ଓ ଶାହରୁଖ ଖାନ୍‌ଙ୍କ ଝଲକ୍‌ ଦେଖିବାକୁ ମିଳିଛି। ଭିଡିଓ ଦେଖି ପ୍ରଶଂସକମାନେ ଫାୟର୍‌ ଇମୋଜି ଦେବା ସହ ଫିଲ୍ମ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ପ୍ରକାଶ କରିଛନ୍ତି।

- Advertisement -

ଟେଲିଚକ୍କର ଦ୍ବାରା ଶେୟାର କରାଯାଇଥିବା ଭିଡିଓଟି ‘ଟାଇଗର୍‌-୩’ ସେଟ୍‌ ଭଳି ଦେଖାଯାଉଛି, ଯେଉଁଥିରେ ସଲମାନ ଖାନ ଏକ ବ୍ରାଉନ ଟି-ସାର୍ଟରେ ଟାଇଗର ଲୁକରେ ନଜର ଆସିଛନ୍ତି। ଅପରପକ୍ଷେ, ଶାହରୁଖ ଖାନ ପଠାନ୍ ଲୁକ୍‌ରେ କଳା ପୋଷାକରେ ନଜର ଆସିଛନ୍ତି। ତାଙ୍କ ଲମ୍ବା କେଶ ପୁଣି ଥରେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଉଲ୍ଲେଖଯୋଗ୍ୟ, ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଫିଲ୍ମ ‘ଟାଇଗର୍‌-୩’ ୧୦ ନଭେମ୍ବର ୨୦୨୩ ରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି। ତେବେ ଏନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇନାହିଁ। ଏଥିରେ ଶାହରୁଖ ପଠାନ୍ ଭୂମିକାରେ କିଛି ସମୟ ପାଇଁ ନଜର ଆସିବେ। ଅନ୍ୟପକ୍ଷରେ, ଶାହରୁଖ ଖାନଙ୍କ ବିଷୟରେ କହିବାକୁ ଗଲେ, ସେ ‘ଯବାନ’ ଏବଂ ‘ଡଙ୍କି’ ଚଳଚ୍ଚିତ୍ରର ଶୁଟିଂରେ ବ୍ୟସ୍ତ ଅଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories