www.samajalive.in
Monday, December 15, 2025
15.1 C
Bhubaneswar

ସମ୍ବଲପୁର ଘଟଣା : ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦୁଝରଗଡ଼ : ପବିତ୍ର ଶ୍ରୀରାମ ନବମୀ ଶୋଭାଯାତ୍ରା ସାରି ବାଇକ୍‌‌ ଯୋଗେ ଘରକୁ ଫେରୁଥିବା ହିନ୍ଦୁ ଭକ୍ତଙ୍କ ଉପରେ ଯେଭଳି ଆକ୍ରମଣ ସହ ହତ୍ୟା ଉଦ୍ୟମ କରିବା ଘଟଣା ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ କେନ୍ଦୁଝର ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଅନୁଷ୍ଠିତ ହୋଇଯାଇଛି । ଏଭଳି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାରଙ୍କ ଉଦାସୀନତା ସମଗ୍ର ଓଡିଶାବାସୀଙ୍କୁ ମାର୍ମାହତ କରିଛି ବୋଲି ବିଶ୍ୱ ହିନ୍ଦୁ ପରିଷଦ କେନ୍ଦୁଝର ଜିଲା ସଭାପତି ତୁଷାର ସାମନ୍ତ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଯଦି ଏ ଦିଗରେ ତ୍ୱରିତ୍‌‌ ପଦକ୍ଷେପ ଗ୍ରହଣ ପୂର୍ବକ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଜନଆନ୍ଦୋଳନ ମୁଣ୍ଡ ଟେକିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ବିଶ୍ୱ ହିନ୍ଦୁ ପରିଷଦ କେନ୍ଦୁଝର ଜିଲା ସମ୍ପାଦକ ସ୍ୱପ୍ନେଶ୍ୱର ସାହୁ ଚେତାଇ ଦେଇଛନ୍ତି । ସମ୍ବଲପୁର ସହରରେ ବେଆଇନ ଭାବେ ବସବାସ କରୁଥିବା ମୁସଲମାନ ସମ୍ପ୍ରଦାୟ ଲୋକଙ୍କୁ ତୁରନ୍ତ ଉଛେଦ କରିବା, ମସଜିଦ୍‌‌, ମଦ୍ରାସା ଓ ମୁସଲମାନ ବସବାସ କରୁଥିବା ଘର ମାନଙ୍କରେ ଚଢ଼ଉ କରାଯାଇ ମାରଣାସ୍ତ୍ର ଜବତ କରିବା ଏବଂ ଶୋଭାଯାତ୍ରାରେ ସାମିଲ ନିରୀହ ହିନ୍ଦୁ ମାନଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ବିଶ୍ୱ ହିନ୍ଦୁ ପରିଷଦ କେନ୍ଦୁଝର ଜିଲା ପକ୍ଷରୁ ସୋମବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଧାରଣା ଦିଆ​​‌ଯାଇଛି ।

- Advertisement -

ପରିଷଦର ସଭାପତି ଶ୍ରୀ ସାମନ୍ତ ଓ ସମ୍ପାଦକ ଶ୍ରୀ ସାହୁଙ୍କ ନେତୃତ୍ୱରେ ପରିଷଦର ଯୁଗ୍ମସମ୍ପାଦକ କେଦାରନାଥ ଦାଶ, ଅଶ୍ୱିନୀ ପଟ୍ଟନାୟକ, ଗିରିଜାଶଙ୍କର ମିଶ୍ର, ପୂର୍ବତନ ସଦର ବିଧାୟକ ଇଂ ସୁବର୍ଣ୍ଣ ନାଏକ, କିରଣବାଳା ନାଏକ, ଶିବ କୁମାର ରାଠୋର, ଗୋପୀନାଥ ରାମ, ନୀଳମଣି ସାହୁ, ପ୍ରଫୁଲ୍ଲ ଓଝା, କୈଳାଶ ଚନ୍ଦ୍ର ନାଏକ, ମଣିମା ରାଢ଼ୁସ, ରମେଶ ଚନ୍ଦ୍ର ହୋତା, ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତ, ନାରଦ ଚନ୍ଦ୍ର ଗିରି, ପଦ୍ମିନୀ ମହାନ୍ତ ପ୍ରମୁଖ ଧାରଣାରେ ସାମିଲ ହୋଇ ଘଟଣାର ତୀବ୍ର ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପରେ ଏକ ପ୍ରତିନିଧିମଣ୍ଡଳୀ ଅତିରିକ୍ତ ଜିଲାପାଳ ଯଦୁମଣି ମହଲାଙ୍କୁ ଭେଟି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଗୃହ ବିଭାଗ ସଚିବଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories