www.samajalive.in
Monday, December 15, 2025
17.1 C
Bhubaneswar

ପରଲୋକରେ ତେଲୁଗୁ ସିନେମାର ଏହି ଲୋକପ୍ରିୟ ଅଭିନେତା

ହାଇଦରାବାଦ: ତେଲୁଗୁ ସିନେମାର ଲୋକପ୍ରିୟ ଅଭିନେତା ଚନ୍ଦ୍ର ମୋହନଙ୍କର ଶନିବାର ପରଲୋକ ଘଟିଛି। ହାଇଦରାବାଦର ଏକ ଡାକ୍ତରଖାନାରେ ସକାଳ ୬ଟା ୪୫ରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ୮୨ ବର୍ଷୀୟ ଚନ୍ଦ୍ରମୋହନଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ହୃଦୟଜନିତ ସମସ୍ୟା କାରଣରୁ ଚନ୍ଦ୍ରମୋହନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପରିବାରରେ ପତ୍ନୀ ଜଲନ୍ଧରା ଓ ଦୁଇ ଝିଅ ଅଛନ୍ତି। ସୋମବାର ହାଇଦରାବାଦରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ଅପରପକ୍ଷେ, ଚନ୍ଦ୍ରମୋହନଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ଶୋକର ଛାୟା ଖେଳିଯାଇଛି। ଅନେକ ସାଉଥ ସୁପରଷ୍ଟାର ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଚନ୍ଦ୍ର ମୋହନ ମୁଖ୍ୟତଃ ତେଲୁଗୁ ଚଳଚ୍ଚିତ୍ରରେ ତାଙ୍କ କାମ ପାଇଁ ଜଣାଶୁଣା। ସେ ଏକ ଫିଲ୍ମଫେୟାର ସାଉଥ ଆୱାର୍ଡ ଏବଂ ଦୁଇଟି ନନ୍ଦୀ ଆୱାର୍ଡ ପାଇଛନ୍ତି। ନିଜ କ୍ୟାରିୟରରେ ଦର୍ଶକଙ୍କୁ ସେ ଅନେକ ସୁପରହିଟ୍‌ ତେଲୁଗୁ ଚଳଚ୍ଚିତ୍ର ଭେଟି ଦେଇଛନ୍ତି।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories