www.samajalive.in
Monday, December 15, 2025
27.1 C
Bhubaneswar

ଚା’ କରିବାର ସଠିକ୍‌‌ ଶୈଳୀ ଜାଣନ୍ତି କି? ହେବ ନାହିଁ ଏସିଡିଟି..

ଚା’ ସଠିକ୍‌‌ ପ୍ରଣାଳୀରେ ପ୍ରସ୍ତୁତ କରିବା ନିତାନ୍ତ ଆବଶ୍ୟକ। ମାତ୍ର ଅନେକ ଲୋକେ ଏଥିପ୍ରତି ଧ୍ୟାନ ଦେଇ ନଥାଆନ୍ତି। ସୁବିଧା ମୁତାବକ ଚା’ ପ୍ରସ୍ତୁତ କରିଥାଆନ୍ତି। ଏପରି କରିବା ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ,ହଜମ ସମସ୍ୟା ହୋଇଥାଏ।
ଅଧିକାଂଶ ସମୟରେ ଦେଖାଯାଏ, କ୍ଷୀର ଚା’ ପିଇବା ପରେ ଏସିଡିଟି କିମ୍ବା ଗ୍ୟାଷ୍ଟ୍ରିକ ସମସ୍ୟା ହୋଇଥାଏ। ମାତ୍ର ସଠିକ୍‌‌ ପ୍ରଣାଳୀରେ ଚା’ ତିଆରି ନକରିବା ଦ୍ୱାରା ଏହି ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ..
ସାଧାରଣତଃ ଚା’ ପ୍ରସ୍ତୁତ କରିବା ସମୟରେ ବିନା ମାପରେ କ୍ଷୀର ଓ ଚିନି ପାତ୍ରରେ ରଖିଥାଆନ୍ତି। ମାତ୍ର ଏପରି କରିବା ଉଚିତ ନୁହେଁ।
୨କପ ଚା’ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଦେଢ କପ ପାଣିରେ ଏକ କପ କ୍ଷୀର ମିଶାନ୍ତୁ।
ପ୍ରଥମେ ଗ୍ୟାସରେ ପାତ୍ର ବସାଇ ଚା’ପତି ଓ ଚିନି ପକାଇ ଏହାକୁ ଫୁଟାନ୍ତୁ। ଏପରି କରିବା ଦ୍ୱାରା ଗ୍ୟାଷ୍ଟ୍ରିକ ସମସ୍ୟା ହୋଇନଥାଏ। ଏହାପରେ କ୍ଷୀର ପକାଇ ଫୁଟାନ୍ତୁ। କିଛି ସମୟ ପରେ ଇଚ୍ଛା ମୁତାବକ ଅଦା ପକାନ୍ତୁ।
କିଛି ସମୟ ଫୁଟିବା ପରେ ଚାମଚ ଦ୍ୱାରା ଫେଣ୍ଟନ୍ତୁ। ଏହାପରେ କମ୍‌‌ ଆଞ୍ଚଳରେ ୧ ମିନିଟ୍‌‌ ଫୁଟାନ୍ତୁ।
ଏହାପରେ ଚା’କୁ ଛାଣି ଏହାର ମଜା ନିଅନ୍ତୁ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories