BJD Bijuli 480×75 Mob

ପନିପରିବା ଦର ଆକାଶ ଛୁଆଁ, ଖାଉଟି ମୁଣ୍ଡରେ ଚଡକ

BJD Bijuli 480×75 Mob

କଲମପୁର : ପୁଣି ଦର ବୃଦ୍ଧି ଲେଉଟିଛି । ଗତ ଦୁଇ ମାସ ତଳେ ଟମାଟୋ କିଲେ ୨ଶହରୁ ଅଧିକ ଥିବା ବେଳେ ଅନ୍ୟ ପନିପରିବା ମଧ୍ୟ ଦର ବୃଦ୍ଧି ଘଟି ଖାଉଟିଙ୍କୁ ନୟାନ୍ତ କରିଥିଲା । କିନ୍ତୁ କିଛି ଦିନ ଦର ଦାମରେ ବ୍ରେକ ଲାଗିଥିଲା। ଏବେ ଗତ ଦୁଇ ସପ୍ତାହ ହେବ ପନିବରିବା ଦର ବୃଦ୍ଧି ହେଇ ଏବେ ଆକାଶ ଛୁଆଁ ହେବାରେ ଲାଗିଛି । ଗରିବଙ୍କୁ ସତେ ଯେମିତି ପନିପରିବା ବଜାର ମନା ହୋଇଛି। ଟମାଟୋ କିଲେ ପ୍ରତି ୬୦ ଟଙ୍କା ରହିଥିବା ବେଳେ ପିଆଜ ୭୦। ସେହିଭଳି ଅଦା ଓ କଞ୍ଚାଲଙ୍କା ୨ଶହ ହେଇ ସାରିଲାଣି । ଫୁଲ କୋବି, ସଜନାଛୁଇଁ, ପୋଟଳ ଆଦି ଶହେ ପାର କରି ସାରିଲେଣି । ବାଇଗଣ, ବନ୍ଧା କୋବି, ବୋଇତାଳୁ ଆଦି ୫୦ରୁ ଅଧିକ ହେଇଥିବା ବେଳେ କଲରା, ସାରୁ ଆଦି ପରିବା ୬୦ ପାର କରି ସାରିଲେଣି । ଯେଉଁଥିପାଇଁ ଗରିବ ଲୋକ ପନିପରିବା ଖରିଦ କରିବା ପାଇଁ ଅସମର୍ଥ ହେଉଛନ୍ତି । ସ୍ଥାନୀୟ ଅଂଚଳରେ ପନି ପରିବା ଉତ୍ପାଦନ ସମୟରେ ଦର ନିୟନ୍ତ୍ରଣ ରହୁଛି । କିନ୍ତୁ ଯେତେବେଳେ ସ୍ଥାନୀୟ ଅଂଚଳର ଉତ୍ପାଦନ କମିଯାଉଛି ସେତେବେଳେ ବାହାର ରାଜ୍ୟର ପନିପରିବା ଆସୁଛି ସେତେବେଳେ ଦର ବୃଦ୍ଧି ଘଟୁଛି । ସ୍ଥାନୀୟ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ଅଭାବ ଯୋଗୁଁ ଚାଷୀ ସେମାନଙ୍କ ଉତ୍ପାଦିତ ପନିପରିବାକୁ ଶାଗ ମାଛ ଦରରେ ମଧ୍ୟସ୍ତିଙ୍କ ମାଧ୍ୟମରେ ବିକ୍ରି କରି ଦେଉଛନ୍ତି । ଯେଉଁଥିପାଇଁ ସେମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଶୀତଳ ଭଣ୍ଡାର ସୁବିଧା ଥିଲେ ହୁଏତଃ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଗଚ୍ଛିତ ରଖି ବଜାରର ଚାହିଦା ମୁତାବକ ନିଜ ସାମଗ୍ରୀ ବିକ୍ରି କରି ଲାଭାନ୍ୱିତ ହେଇ ପାରନ୍ତେ । କିନ୍ତୁ ସରକାର ଏଥିପ୍ରତି ଗୁରୁତ୍ୱ ଦେଇନଥିବାରୁ ଚାଷୀ ଶୋଷଣର ଶିକାର ହେଉଛନ୍ତି । ଅନ୍ୟପଟେ ପ୍ରଶାସନ ପକ୍ଷରୁ ଦର ଦାମ ନିୟନ୍ତ୍ରଣ କରିବାରେ ବିଫଳ ହେଉଥିବାରୁ ଖାଉଟି ମୁଣ୍ଡରେ ଚଡକ ପଡିଛି ।

Comments are closed.