BJD Bijuli 480×75 Mob

ଜିଲ୍ଲା ସ୍ତରୀୟ ସୁରଭି ଓ ମିଲେଟସ ପ୍ରତିଯୋଗିତା

BJD Bijuli 480×75 Mob

ବୌଦ୍ଧ : ସ୍ଥାନୀୟ ଟାଉନହଲ ଓ ଭିକାରି କଳାମଣ୍ଡପରେ ଜିଲ୍ଲସ୍ତରୀୟ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ ସୁରଭି ଓ ଓଡିଶା ମିଲେଟସ ପ୍ରତିଯୋଗିତା ଆରମ୍ଭ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ର୍ଯ୍ୟକ୍ରମକୁ ଉଦଘାଟନ କରି ମିଲେଟସର ଉପାଦେୟତା କହିଥିବା ବେଳେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ସହଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍ୱରାଜ କୁମାର କହଁର, ହରଭଙ୍ଗା ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ କୁମାର ପ୍ରଧାନ, ଜିଲ୍ଲା ଯୋଜନା ସଂଯୋଜକ ଦେବାଶିଷ ଦ୍ୱାରୀ, ବାଳିକା ଶିକ୍ଷା ସଂଯୋଜିକା ରାଜଲକ୍ଷ୍ମୀ ପଣ୍ଡା ଅତିଥି ଭାବରେ ମଂଚାସୀନ ହୋଇ ନିଜ ନିଜର ବକ୍ତବ୍ୟ ରଖି ଥିଲେ। ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣ ର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଲା ଶୈଖିକ ସଂଯୋଜକ ଶିବଶଙ୍କର ଶତପଥି ଧନ୍ୟବାଦ ଦେଇଥିଲେ। ଟାଉନହଲ, ଭିକାରି କଳାମଣ୍ଡପ ଓ ଯୋଗେନ୍ଦ୍ରଦେବ ହାଇସ୍କୁଲ ଠାରେ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ୨୭ଟି ପ୍ରତିଯୋଗିତାରେ ଜିଲ୍ଲାର ୩୫୦ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଅପରାହ୍ନର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ପିଲାଙ୍କର ପ୍ରତିଭା ଚିହ୍ନଟ କରି ତାହାର ବିକାଶ କରିବା ଏବଂ ପିଲାମାନେ ନିଜ ନିଜର ଲକ୍ଷ୍ୟ ସ୍ଥିର କରି ବିବେକ ଅନୁସାରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଅତିଥି ଭାବରେ ଯୋଗ ଦେଇ କୃତୀ ପ୍ରତଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ଦେଇ ସମ୍ମାନୀତ କରିଥିଲେ। ସହଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ଧନ୍ୟବାଦ ଦେଇଥିଲେ। ପ୍ରକାଶ ଥାଉକି ଆସନ୍ତା ୧୪,୧୫ ଓ ୧୬ ତାରିଖରେ ୟୁନିଟ-୯ ବାଳକ ଉଚ୍ଚ ବିଦ୍ୟାଳୟ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ସୁରଭି କାର୍ୟ୍ୟକ୍ରମ ଓ ଆସନ୍ତା ୮,୯,୧୦ତାରିଖରେ ଜନତା ମୈଦାନ ଭୁବନେଶ୍ୱରଠାରେ ହେବାକୁଥିବା ମିଲେଟ ପ୍ରତିଯୋଗିତାର ପ୍ରଥମ ହୋଇଥିବା ପିଲା ମାନେ ଅଂଶଗ୍ରହଣ କରିବାର ବ୍ୟବସ୍ଥା ରହିଛି।

Comments are closed.