ଧାରା ଶ୍ରାବଣରେ କ୍ଷୀଣ ଜଳଧାରରେ ପ୍ରବାହିତ ହେଉଛି ଭେଡେନ ନଦୀ

ରେଙ୍ଗାଲି: ସମ୍ବଲପୁର, ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକର ଜୀବନ ରେଖା କୁହାଯାଉଥିବା ଭେଡେନ ନଦୀର ଜଳ ପ୍ରବାହ ଧାରା ଶ୍ରାବଣ ମାସରେ ମଧ୍ୟ ପରିପୂର୍ଣ୍ଣ ହୋଇ ପ୍ରବାହିତ ହେଉନାହିଁ। ଅତି କ୍ଷୀଣ ଜଳ ଧାରରେ ପ୍ରବାହିତ ହେଉଥିବା ଭେଡେନ ନଦୀ ଶଯ୍ୟାର ସିଂହ ଭାଗ ଶୁଖିଲା ପଡ଼ିଛି। ନଦୀ ପଠାର ବାଳି ଏବଂ ଘାସ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ବିଗତ ବର୍ଷମାନଙ୍କରେ ଅଷାଢ, ଶ୍ରାବଣ ମାସରେ ଭେଡନ ନଦୀ ଶଯ୍ୟା ବର୍ଷା ପାଣିରେ ପରିପୂର୍ଣ୍ଣ ହୋଇ ପ୍ରବାହିତ ହେଉଥିବା ବେଳେ ଚଳିତ ବର୍ଷ ବର୍ଷାର ଘୋର ବ୍ୟତିକ୍ରମ ଯୋଗୁଁ ନଦୀ ଶଯ୍ୟା ଖାଲି ପଡ଼ିଛି। ଗାଈ ଗୋରୁ ଆଦି ପ୍ରାଣୀ ସମ୍ପଦ ଆରାମରେ ନଦୀ ଭିତରକୁ ପଶି ତୃଷା ନିବାରଣ କରିବା ସହିତ ନଦୀ ପାର୍ଶ୍ବ ଏବଂ ନଦୀ ଗର୍ଭରେ ଥିବା ଘାସବୁଦା ଆଦି ଖାଇ କ୍ଷୁଧା ନିବାରଣ କରୁଛନ୍ତି। ବର୍ଷା ଋତୁରେ ଭେଡେନ ନଦୀର ଜଳ ପ୍ରବାହର ଏଭଳି ସଙ୍କଟ ଅଞ୍ଚଳର କୃଷି କ୍ଷେତ୍ରକୁ ଗୁରୁତର ଭାବରେ ପ୍ରଭାବିତ କରିବା ନିଶ୍ଚିତ ଅଟେ।

prayash

ଉଲ୍ଲେଖଯୋଗ୍ୟ ଯେ, ଭେଡନ ନଦୀ ସୁନ୍ଦରଗଡ଼ ଜିଲ୍ଲା ବଣାଇ ସବ୍‌ଡିଭିଜନର ଉତ୍ପତ୍ତି ହୋଇ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଏବଂ ରେଙ୍ଗାଲି ବ୍ଲକ, ଝାରସୁଗୁଡା ଜିଲ୍ଲାର କୋଲାବିରା ଏବଂ ଝାରସୁଗୁଡା ବ୍ଲକର ବିଭିନ୍ନ ଗ୍ରାମ ଦେଇ ଇବ୍‍ ନଦୀରେ ମିଶିଛି। ଉପରୋକ୍ତ ଅଞ୍ଚଳବାସୀଙ୍କ ପାଇଁ ଭେଡେନ ନଦୀ ଜୀବନରେଖା ଅଟେ। ଶ୍ରାବଣ ମାସ ସରିବାକୁ ବସିଲାଣି ଏହି ନଦୀ ଏପର୍ଯ୍ୟନ୍ତ ପୂର୍ଣଗର୍ଭା ହୋଇ ପ୍ରବାହିତ ହୋଇ ନାହିଁ। ଫଳରେ ନଦୀ ଉପକୂଳ ଏବଂ ଏହାର ଆଖପାଖ ଅଞ୍ଚଳର ଚାଷ ଜମିର ଚାଷ ଗୁରୁତର ଭାବରେ ପ୍ରଭାବିତ ହେଉଥିବାର ଦେଖିବାକୁ ମିଳୁଛି। ଏଥିଯୋଗୁଁ ସଂପୃକ୍ତ ଅଞ୍ଚଳ ରେ ଥିବା ପାରମ୍ପାରିକ ଜଳ ଉତ୍ସଗୁଡିକ ମଧ୍ୟ ପୂର୍ଣ୍ଣ ଗର୍ଭା ହୋଇ ନପାରି ଖାଳିି ପଡ଼ିଛି। ବର୍ଷାର ଏଭଲି ଅଭାବ ଜାରି ରହିଲେ ଆଗାମୀ ଦିନରେ ଜଳ ସଙ୍କଟ ଆହୁରି ଗମ୍ଭୀର ଆକାର ଧାରଣ କରିବ ବୋଲି ଆଶଙ୍କା ପ୍ରକାଶ ପାଉଛି।

kalyan agarbati

Comments are closed.