ବେଦାନ୍ତ ଲାଞ୍ଜିଗଡର ପ୍ରକଳ୍ପ ପଞ୍ଚି : ବାଳିକାମାନଙ୍କ ଉଚ୍ଚଶିକ୍ଷା ପାଇଁ ପରିବର୍ତ୍ତନଶୀଳ ସୁଯୋଗ
ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ। ଏହାର ପ୍ରକଳ୍ପ ପଞ୍ଚି ପଦକ୍ଷେପରେ ଝିଅମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ମାର୍ଗ ଦର୍ଶନ ଅନୁଯାୟୀ ଏହା ଏକ ଅନନ୍ୟ ପ୍ରକଳ୍ପ ଭାବେ କାର୍ଯ୍ୟ କରିବ । ଏହା ସମଗ୍ର ଭାରତରେ ଅବହେଳିତ ୧୦୦୦ ବାଳିକାଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟ ରଖିଛି, ଯେଉଁମାନେ ସାମାଜିକ ପ୍ରତିବନ୍ଧକତା ହେତୁ ପରବର୍ତ୍ତୀ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି । ନିଯୁକ୍ତି ମାନଦଣ୍ଡକୁ ଆଧାର କରି ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଥିବା ବେଦାନ୍ତ ଲିମିଟେଡ଼ ବିଶ୍ୱସ୍ତରୀୟ ଆଲୁମିନା ବିଶୋଧନାଗାରରେ ମୂଳ କାର୍ଯ୍ୟକ୍ଷମ ସ୍ଥାନରେ ୪୦ଟି ପ୍ରତିଶ୍ରୁତି ମୂଳକ ନିଯୁକ୍ତି ଚିହ୍ନଟ କରାଯାଇଛି । ଏହି ବାଳିକା ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ସେମାନଙ୍କ ଶିକ୍ଷା ସମାପ୍ତ ପରେ ସ୍ନାତକୋତ୍ତର ଶିକ୍ଷା ନବୀଶ ଭାବେ କଂପାନୀରେ କାର୍ଯ୍ୟ କରିବାର ସୁଯୋଗ ପାଇବେ। ନୂତନ ପ୍ରଶିକ୍ଷାର୍ଥିଙ୍କୁ ବେଦାନ୍ତ ପକ୍ଷରୁ ସ୍ୱାଗତ କରାଯାଇ ଏକ ପ୍ରମୁଖ ଶିଳ୍ପ ଅପରେଶନ ମଧ୍ୟରେ ତାଙ୍କୁ ସୁଯୋଗ ଦେବାପାଇଁ କମ୍ପାନୀ ନିକଟରେ ଏକ ବ୍ୟାପକ ଆଭିମୁଖ୍ୟ ଅଧିବେଶନ ଆୟୋଜନ କରିଥିଲା । ଏଥିରେ କମ୍ପାନିର ପ୍ରମୁଖ ବ୍ୟକ୍ତି ଓ କାର୍ଯ୍ୟକାରିଣୀ ବିଶେଷଜ୍ଞଙ୍କ ସହ ଏକ ପାରସ୍ପରିକ ଆଲୋଚନା କରାଯାଇଥିଲା। ଯେଉଁମାନେ ଶିକ୍ଷା ନବୀଶଙ୍କୁ ପ୍ରୋଗାମର ସଂରଚନାକୁ ବ୍ୟାଖ୍ୟା କରିଥିଲେ । ଏହିସବୁ ବାଳିକା ମାନେ ନିଜକୁ ସୁଦୃଢ କରି ସେମାନଙ୍କ ଗୋଷ୍ଠୀ ତଥା ରାଷ୍ଟ୍ର ନିର୍ମାଣରେ ସହାୟକ ହୋଇପାରିବେ। ପାରସ୍ପରିକ କ୍ରିୟାରେ କେତେକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଥିଲା, ଏଥିରେ ପିଲାମାନଙ୍କୁ ନିଜ ସଂପର୍କରେ ରହିଥିବା ମତ ଓ ପ୍ରଶ୍ନାବଳୀର ଉତ୍ତର ଦିଆଯାଇ ସଂସ୍ଥା ସହିତ ଜଡ଼ିତ ହେବାକୁ ଉତ୍ସାହିତ କରାଯାଇଥିଲା । ପ୍ରକଳ୍ପ ପଞ୍ଚି ନୂଆ ନିଯୁକ୍ତି ପାଇଁ ଏକ ଅନନ୍ୟ ସୁଯୋଗ ଭାବରେ କାର୍ଯ୍ୟ କରିବ ଯାହାକି ହ୍ୟାଣ୍ଡଅନ ଶିକ୍ଷଣ ଅଭିଜ୍ଞତା ହାସଲ କରାଯିବା ସହ ଉତ୍ପାଦନ ଶିଳ୍ପରେ କ୍ୟାରିୟର କରିବାକୁ ଚାହୁଁଥିବା ହଜାର ହଜାର ଝିଅଙ୍କ ପାଇଁ ପ୍ରେରଣା ଯୋଗାଇବ । ପ୍ରକଳ୍ପର ପ୍ରଭାବ ସଂପର୍କରେ ବେଦାନ୍ତ ଲିମିଟେଡ଼ର ଡେପୁଟି ସିଇଓ ଆଲୁମିନା ବିଜିନେସ ଜି.ଜି. ପାଲ କହିଛନ୍ତି ଯେ ଗୁଣାତ୍ମକ ଶିକ୍ଷାର ପ୍ରବେଶ ହେଉଛି ସାମାଜିକ ଉନ୍ନତି ପାଇଁ ରାସ୍ତା ନିର୍ମାଣ ଦିଗରେ ଏକ ପଦକ୍ଷେପ । ଏହି ଝିଅମାନେ ସେମାନଙ୍କ ଅଧ୍ୟୟନ ଜାରୀ ରଖିବା ସହ ଏକ ଲାଭଜନକ ନିଯୁକ୍ତି ସୁଯୋଗ ପାଇପାରିବେ। ସେମାନଙ୍କୁ ଉପଯୁକ୍ତ କରି ଗଢି ତୋଳିବାକୁ ଆମର ପ୍ରୟାସ ଜାରୀ ରହିବ । ଏହି କାର୍ଯ୍ୟକ୍ରମରେ ମନୋନୀତ ହୋଇଥିବା ଅମ୍ବାଦୋଳାର ଜଣେ ଝିଅ ଅନାମିକା ବାଗ ନିଜର ଖୁସିବ୍ୟକ୍ତ କରି କହିଛନ୍ତି ମୋର ସ୍ୱପ୍ନକୁ ସାକାର କରିବାରେ ବେଦାନ୍ତର ସହାୟତା ପ୍ରଶଂସନୀୟ । ମୁଁ ସବୁବେଳେ ସ୍ୱପ୍ନ ଦେଖୁଥିଲି ବେଦାନ୍ତ ପ୍ଲାଂଟ ଦେଖିବାର ସୁଯୋଗ ମୋତେ ମିଳିବକି କିନ୍ତୁ ଆଜି ତାହା ସଫଳ ହେବାକୁ ଯାଉଛି । ଏହି ପଦକ୍ଷେପ କେବଳ ମୋତେ ଓ ମୋ ପରିବାରକୁ ସାହାଯ୍ୟ କରିବନାହିଁ ବରଂ ମୋ ଭଳି ଅନ୍ୟାନ୍ୟ ଝିଅମାନଙ୍କ ପାଇଁ କ୍ୟାରିୟର ଗଢିବାରେ ସହାୟକହେବ ।
Comments are closed.