www.samajalive.in
Saturday, December 13, 2025
23.1 C
Bhubaneswar

ବିଶ୍ୱ ଜଳ ସପ୍ତାହରେ ଜଳ ସଂରକ୍ଷଣକୁ ବେଦାନ୍ତ ଆଲୁମିନିୟମର ପ୍ରୋତ୍ସାହନ

ଭୁବନେଶ୍ୱର, – ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଗୋଷ୍ଠିର ୧୫୦୦ରୁ ଅଧିକ ସଦସ୍ୟଙ୍କୁ ନେଇ ବିଶ୍ୱ ଜଳ ସପ୍ତାହକୁ ସଫଳତାର ସହ ପାଳନ କରିଛି । ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି କାର‌୍ୟ୍ୟକ୍ରମରେ ଜଳ ସଂରକ୍ଷଣ ଏବଂ ଗୋଷ୍ଠିମାନଙ୍କୁ ଏଥିରେ ଜଡିତ କରିବାରେ କମ୍ପାନୀର ସମର୍ପଣ ଭାବ ଉପରେ ଆଲୋକପାତ କରାଯାଇଥିଲା ।

ଏହି ଉତ୍ସବରେ ଥୁଆମୂଳ ରାମପୁର ବ୍ଲକର ୫ରୁ ଅଧିକ ଗ୍ରାମରେ ପୋଖରୀ ସଫେଇ କରାଯାଇଥିବାବେଳେ କଳାହାଣ୍ଡି ଗ୍ରାମର ପାନଭାଟା, ନକରୁଣ୍ଡି, ସିଙ୍ଗିନୀ ଭଳି ୧୦ରୁ ଅଧିକ ସ୍ଥାନରେ ନଳକୂପ ଜଳ ବିଶୋଧନ କରାଯାଇଥିଲା । ଜଳ ସଂରକ୍ଷଣକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ବେଦାନ୍ତ ଆଲୁମିନିୟମ ୩ଟି ଗ୍ରାମରେ ପ୍ରତିଯୋଗିତାମାନ ଆୟୋଜନ କରିବାବେଳେ ଏଥିରେ ଅଂଶଗ୍ରହଣ କରିଥିବା ପ୍ରାୟ ୩୦୦ ପ୍ରତିଯୋଗୀ ଉପକୃତ ହୋଇଥିଲେ । ଜଳ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ଅଞ୍ଚଳରେ ଜଳ ଉପଲବ୍ଧତା ଏବଂ ଗୁଣବତ୍ତାରେ ଉନ୍ନତି ଆଣିବାରେ ଗୋଷ୍ଠିଗୁଡିକୁ ସକ୍ରିୟ ଭାବରେ ସାମିଲ କରିବା ଏହି କାର‌୍ୟ୍ୟକ୍ରମର ଉଦ୍ଦେଶ୍ୟ ଥିଲା

- Advertisement -

ଓଡ଼ିଶାର ଗ୍ରାମାଞ୍ଚଳରେ ଲୋକେ ବିଶୁଦ୍ଧ ଜଳର ସୀମିତ ଉପଲବ୍ଧତା ଏବଂ ଜଳର ନିମ୍ନ ଗୁଣବତ୍ତା ସମେତ ଗୁରୁତ୍ୱପୂର୍ଣ୍ଣ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜଳ ବ୍ୟବହାର ଏବଂ ସ୍ୱଚ୍ଛ ଜଳ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ବେଦାନ୍ତ ଆଲୁମିନିୟମର ମିଶନର ଏକ ଅଂଶ ହେଉଛି ଏହି ପଦକ୍ଷେପ । ଏହା ପୂର୍ବରୁ କମ୍ପାନୀ ଉପରକଣ୍ଟାର କୁରାଲୋଇ ବ୍ଲକର ୨ଟି ପୋଖରୀ, ତଳକଣ୍ଟା ଗାଁ, ଝାରପାଲମ ଗାଁ ଓ ଜାମଖଣି ଅଞ୍ଚଳର ରାସ୍ତାକୁ ସଫା ଓ ବ୍ୟବହାର ଉପଯୋଗୀ କରିଛି ।

ଗୁଣପୁର ପଞ୍ଚାୟତର ସରପଞ୍ଚ ସୁଜାତା ମାଝୀ କମ୍ପାନିର ଏଭଳି ଉଦ୍ୟମକୁ ପ୍ରଶଂସା କରି କହିଛନ୍ତି, ଆମ ଅଞ୍ଚଳର ଜଳ ସମସ୍ୟାର ସମାଧାନ ପାଇଁ ବେଦାନ୍ତ ଆଲୁମିନିୟମର ଖଣି ଟିମକୁ ମୁଁ ପ୍ରଶଂସା କରୁଛି । ପୋଖରୀ ସଫେଇ ଏବଂ ନଳକୂପ ବିଶୋଧନ କ୍ଷେତ୍ରରେ ସେମାନଙ୍କ କାର‌୍ୟ୍ୟ ଆମ ଜଳର ଗୁଣବତ୍ତା ଏବଂ ଉପଲବ୍ଧତା ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ।

ମୋହନଗିରି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମାଝୀ କହିଛନ୍ତି, ଆମ ବିଦ୍ୟାଳୟରେ ସଚେତନତା କାର‌୍ୟ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜନ କରିଥିବାରୁ ବେଦାନ୍ତ ଆଲୁମିନିୟମକୁ ମୁଁ କୃତଜ୍ଞତା ଜଣାଉଛି । ଏହି ପଦକ୍ଷେପ କେବଳ ଆମ ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କରିନାହିଁ ବରଂ ଜଳ ସମ୍ବନ୍ଧୀୟ ସମସ୍ୟାର ସମାଧାନର ଜରୁରୀତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛି ।
ବେଦାନ୍ତ ଆଲୁମିନିୟମ ଭାରତର ସର୍ବବୃହତ୍‍ ଆଲୁମିନିୟମ ଉତ୍ପାଦନକାରୀ, ଯାହା ଭାରତର ଆଲୁମିନିୟମର ଅଧାରୁ ଅଧିକ ଅର୍ଥାତ୍‍ ୨୦୨୪ ଆର୍ଥିକ ବର୍ଷରେ ୨.୩୭ ନିୟୁତ ଟନ୍ ଉତ୍ପାଦନ କରିଛି । ଏହା ମୂଲ୍ୟ ଯୁକ୍ତ ଆଲୁମିନିୟମ ଉତ୍ପାଦନରେ ଅଗ୍ରଣୀ ଯାହା ମୁଖ୍ୟ ଶିଳ୍ପଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ ପାଇଥାଏ । ବେଦାନ୍ତ ଆଲୁମିନିୟମ ଶିଳ୍ପ ପାଇଁ ଏସ୍‌ଆଣ୍ଡପି ଗ୍ଲୋବାଲ୍ କର୍ପୋରେଟ୍ ସଷ୍ଟେନେବିଲିଟି ଆସେସମେଣ୍ଟଣ୍ଟ ୨୦୨୩ ବିଶ୍ୱ ମାନ୍ୟତାରେ ପ୍ରଥମ ସ୍ଥାନରେ ରହିଛି, ଯାହା ଏହାର ଅଗ୍ରଣୀ ସ୍ଥାୟୀ ବିକାଶ ପଦ୍ଧତିକୁ ପ୍ରତିଫଳିତ କରୁଛି । ଭାରତରେ ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନା ବିଶୋଧନାଗାର ଏବଂ ବିଦ୍ୟୁତ୍‍ କେନ୍ଦ୍ର ସହିତ କମ୍ପାନୀ ସବୁଜ ଭବିଷ୍ୟତ ପାଇଁ ଦ’ଭବିଷ୍ୟତର ଧାତୁଦ’ ଭାବରେ ଆଲୁମିନିୟମର ଉଦୀୟମାନ ପ୍ରୟୋଗକୁ ପ୍ରୋତ୍ସାହିତ ବିଦ୍ୟାଳୟରେ ପ୍ରତିଯୋଗିତା ଆୟୋଜନକରିବାର ଲକ୍ଷ୍ୟ ପୂରଣ କରିଛି ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories