Patra electronics

ସିନେମା ଭଳି ଓଟିଟି ପ୍ଲାଟଫର୍ମ ପାଇଁ ରେଗୁଲେଟରୀ ବୋର୍ଡ ଜରୁରି, ସୁପ୍ରିମକୋର୍ଟରେ ଯାଚିକା ଦାୟର

ନୂଆଦିଲ୍ଲୀ : ଦେଶରେ ଓଟିଟି ପ୍ଲାଟଫର୍ମକୁ ରେଗୁଲେଟ୍ କରାଯିବା ଦାବିକୁ ନେଇ ସୁପ୍ରିମକୋର୍ଟରେ ଯାଚିକା ଦାଖଲ ହୋଇଛି । ଯାଚିକାରେ ଭାରତରେ ଓଟିଟି ଏବଂ ଷ୍ଟ୍ରିମିଂ ପ୍ଲାଟଫର୍ମ ଉପରେ ନଜର ରଖିବା ପାଇଁ ରେଗୁଲେଟରୀ ବୋର୍ଡ ପ୍ରସ୍ତୁତ ପାଇଁ ଦାବି କରାଯାଇଛି । ଯାଚିକାରେ କୁହାଯାଇଛି କି ଓଟିଟି କଣ୍ଟେଣ୍ଟ ରିଲିଜ ପୂର୍ବରୁ ସାର୍ଟିଫିକେସନ୍ ପ୍ରକ୍ରିୟା ଦେଇ ଗତିକରୁନି । ଏହି କାରଣରୁ ଓଟିଟିରେ ଅଶ୍ଲୀଳ ଦୃଶ୍ୟ, ନିଶା ପଦାର୍ଶ ସେବନ ଆଦି ଦର୍ଶାଯାଉଛି । ଏଥିରେ ଦର୍ଶକଙ୍କ ଉପରେ ପ୍ରଭାବ ପଡୁଛି । ଯାଚିକାରେ ଏହାକୁ ରେଗୁଲେଟ୍ କରାଯିବାକୁ ଦାବି ହୋଇଛି ।

Comments are closed.