ପେଟ୍ରୋଲ ଡିଜେଲ ଉପରୁ ଭାଟ୍‌ କମାଇଲେ ଚନ୍ଦ୍ରବାବୁ ନାଇଡୁ

0

ହାଇଦ୍ରାବାଦ .- ପେଟ୍ରୋଲ ଓ ଡିଜେଲ୍‌ ଉପରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଭାଟ୍‌ କମାଇଛନ୍ତି । ଏଥିଯୋଗୁଁ ଆନ୍ଧ୍ରପ୍ରଦେଶରେ ସୋମବାରରେ ପେଟ୍ରୋଲ ଓ ଡିଜେଲ୍‌ଦର ପ୍ରାୟ ୨ ଟଙ୍କା ହ୍ରାସ ପାଇଛି ।  ସୋମବାରରେ ସାରାଦେଶରେ କଂଗ୍ରେସ ଓ ଅନେକ ବିରୋଧିଦଳ ଭାରତ ବନ୍ଦର ଡାକରା ଦେଇଥିଲେ ।

ଭାରତ ବନ୍ଦରେ ଚନ୍ଦ୍ର ବାବୁ ନାଇଡୁଙ୍କର  ତେଲଗୁଦେଶମ ପାର୍ଟି  ସାମିଲ ହୋଇଥିଲା । ଆନ୍ଧ୍ରପ୍ରଦେଶର ବିଧାନସଭାରେ  ଏ ବିଷୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଭ୍ୟାଟ ହ୍ରାସ କରାଯାଇଥିବା କଥା ପ୍ରକାଶ କରିଥିଲେ ।

ପେଟ୍ରୋଲ ଓ ଡିଜେଲ୍‌ରେ ଭାଟ୍‌ ହ୍ରାସ କରି ସେ  ଆନ୍ଧ୍ର ପ୍ରଦେଶର ଲୋକଙ୍କୁ ଆଂଶିକ ଭାବେ ଚିନ୍ତାରୁ ମୁକ୍ତି ଦେଇଥିବା କଥା ପ୍ରକାଶ କରିଛନ୍ତି ।

Leave A Reply