ଜାଣନ୍ତୁ, ବାର ଅନୁଯାୟୀ କ’ଣ କିଣିବା ଉଚିତ
ସାଧାରଣତଃ ସମସ୍ତଙ୍କୁ ନୂଆ ନୂଆ ଜିନିଷ କିଣିବାକୁ ଭଲ ଲାଗେ। ବିଶେଷ କରି ଝିଅମାନଙ୍କୁ ନିଜ ମନପସନ୍ଦର ପୋଷାକ, ଘର ସାଜସଜ୍ଜା ଦ୍ରବ୍ୟ କିଣି ଥାଆନ୍ତି। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନିର୍ଦ୍ଦିଷ୍ଟ ବାରରେ କିଣାକିଣି କରିବା ଦ୍ବାରା ଶୁଭ ଫଳ ମିଳିଥାଏ। ଆସନ୍ତୁ ଜାଣିବା ବାର ଅନୁଯାୟୀ କ’ଣ କିଣିବା ଉଚିତ ..
ରବିବାର : ଏହି ବାରଟି ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟଦେବତାଙ୍କୁ ସମର୍ପିତ ଅଟେ। ତେଣୁ ଏହି ଦିନ ଲାଲ ରଙ୍ଗ କିମ୍ବା ହଳଦିଆ ରଙ୍ଗର ପୋଷାକ କିଣିବା ଉଚିତ।
ସୋମବାର : ଏହି ବାରଟି ପ୍ରଭୁ ଶିବଙ୍କ ବାର ଅଟେ। ତେଣୁ ଘରର ସାଜସଜ୍ଜା ନିମନ୍ତେ ଦ୍ରବ୍ୟ କିଣିବା ଉଚିତ।
ମଙ୍ଗଳବାର : ମଙ୍ଗଳବାରରେ ଚମଡାର କୌଣସି ଜୋତା କିଣିବା ଉଚିତ ନୁହେଁ। ତେଣୁ ଯେକୌଣସି ପୋଷାକ କିଣି ପାରିବେ।
ବୁଧବାର : ଏହି ଦିନ ରୋଷେଇ ଘର ନିମନ୍ତେ କିଛି ସାମଗ୍ରୀ କିଣିପାରିବେ।
ଗୁରୁବାର : ଗୁରୁବାର ଦିନ ଯେକୌଣସି ବୈଦ୍ୟୁତିକ ଜିନିଷ କିଣିପାରିବେ।
ଶୁକ୍ରବାର : ଶୁକ୍ରବାର ଦିନ ନିଜ ପାଇଁ ପ୍ରସାଧନ ସାମଗ୍ରୀ କିଣିବା ଉତ୍ତମ ଅଟେ।
ଶନିବାର : ଶନିବାର ଦିନ ଚମଡା ଜୋତା କିଣିବା ଅନୁଚିତ। ଏହି ଦିନ କଳା ରଙ୍ଗର ପୋଷାକ କିଣି ପାରିବେ।