ବାସ୍ତୁ : ଜାଣନ୍ତୁ, କବାଟ ପଛପଟେ କାହିଁକି ଟାଙ୍ଗିବେ ନାହିଁ ପୋଷାକ..

ସନାତନ ଧର୍ମରେ ଜ୍ୟୋତିଷ ଶାସ୍ତ୍ର, ବାସ୍ତୁ ଶାସ୍ତ୍ର, ସ୍ୱପ୍ନ ଶାସ୍ତ୍ର ଓ ସାମୁଦ୍ରିକ ଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି । ଜୀବନରେ ଥିବା ସମସ୍ୟାକୁ ଦୂର ପାଇଁ ଓ ସୁଖମୟ ଜୀବନ ପାଇଁ ଶାସ୍ତ୍ରରେ କିଛି ସରଳ ଉପାୟ ବର୍ଣ୍ଣନା କରାଯାଇଛି । ବାସ୍ତୁ ଶାସ୍ତ୍ରରେ ଘର, କାର୍ଯ୍ୟାଳୟ ଆଦି ସ୍ଥାନ ପାଇଁ ସଠିକ୍‌ ଦିଗ ଓ ସ୍ଥାନ ବିଷୟରେ ବର୍ଣ୍ଣନା କରାଯାଇଛି । ଶାସ୍ତ୍ରରେ କକ୍ଷ, ରୋଷେଇ ଘର, ଶୟନ କକ୍ଷ ଏଭଳି କି ଘରର କବାଟକୁ ନେଇ ମଧ୍ୟ କିଛି ନିୟମ ବର୍ଣ୍ଣନା କରାଯାଇଛି । ସାଧାରଣତଃ ଦେଖାଯାଏ, ଅଧିକାଂଶ ଲୋକେ ନିଜ ଘରର କବାଟ ପଛ ପଟେ ପୋଷାକ ଟାଙ୍ଗି କରି ରଖନ୍ତି । ମାତ୍ର ବାସ୍ତୁ ଶାସ୍ତ୍ର ଅନୁସାରେ ଏହାକୁ ଅଶୁଭ ବୋଲି କୁହାଯାଇଛି । ଜାଣନ୍ତୁ..

୧୫ ନଭେମ୍ବରରେ ଶନିଙ୍କ ସିଧା ଚଳନ ଏହି ରାଶିଙ୍କୁ କରିବ ଭାଗ୍ୟଶାଳୀ: ମିଳିବ ଧନ, ଦୂର ହେବ ଶନି ଦଶା, ସବୁ ସମସ୍ୟା..

ବାସ୍ତୁ ଅନୁସାରେ ଘରର କବାଟ ପଛ ପଟରେ ପୋଷାକ ଟାଙ୍ଗିବା ଉଚିତ୍‌ ନୁହେଁ । କବାଟ ଉପର ଅଂଶ ମା’ଲକ୍ଷ୍ମୀଙ୍କ ସ୍ଥାନ ବୋଲି କୁହାଯାଇଛି । ତେଣୁ କବାଟ ପଛ ପଟେ ପୋଷାକ ଟାଙ୍ଗିବାକୁ ବାରଣ କରାଯାଇଛି । ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି ।ପୋଷାକ ସହ ଜଡିତ ଅନେକ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏହାସହ ଧନହାନୀ, ପରିବାରରେ କଳହ, ଘରେ ନକରାତ୍ମକ ଶକ୍ତି ପ୍ରବେଶ, ଉନ୍ନତିରେ ବାଧା, ଚାକିରି ଓ ବ୍ୟବସାୟ ଆଦିରେ ସମସ୍ୟା ଦେଖାଦେଇଥାଏ ।

ଦୀପାବଳିରେ ରାଶି ଅନୁଯାୟୀ କରନ୍ତୁ ଏସବୁ ଦାନ: ମିଳିବ ମା’ଲକ୍ଷ୍ମୀଙ୍କ କୃପା, ଦୂର ହେବ ସମସ୍ୟା..

ବାସ୍ତୁ ଅନୁସାରେ ଘରର ମହତ୍ତ୍ୱପୂର୍ଣ୍ଣ ଅଂଶ ହେଉଛି କବାଟ । ତେଣୁ କବାଟର ରଙ୍ଗ ଓ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ।
ସାଧାରଣତଃ ଲୋକେ କବାଟ ପଛପଟେ ପୁରୁଣା ପୋଷାକ ମଧ୍ୟ ଟାଙ୍ଗି କରି ରଖନ୍ତି । ଏହାସହ ଯେଉଁ ପୋଷାକକୁ ବ୍ୟବହାର କରୁନଥିଲେ କିମ୍ବା ଛିଣ୍ଡା ପୋଷାକକୁ ଆଦୌ ସେପରି ରଖନ୍ତୁ ନାହିଁ । ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।

ଦେଖନ୍ତୁ ଭିଡିଓ; ରେଳଧାରଣାକୁ ହଠାତ୍‌ ଆସିଗଲେ ୬୦ ହାତୀ, ଏମିତି ଜୀବନ ରକ୍ଷା କଲେ ଲୋକୋ ପାଇଲଟ୍‌..

ଘରେ ଅନେକ ସମୟରେ କବାଟ ପଛରେ ଥିବା ହୁକ୍‌ରେ ଚାବିକୁ ଟାଙ୍ଗି କରି ରଖନ୍ତି । କବାଟ ଖୋଲିବା ସମୟରେ ଏଥିରୁ ଶବ୍ଦ ହୋଇଥାଏ । ବାସ୍ତୁ ଅନୁଯାୟୀ ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରି ଥାଏ ।
କବାଟ ପଛରେ ନୂଆ ଜୋତା ଚପଲ ମଧ୍ୟ ଟାଙ୍ଗି କରି ରଖନ୍ତୁ ନାହିଁ ।

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ; ୨୩ ତାରିଖରୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା..

Comments are closed.