www.samajalive.in
Sunday, December 7, 2025
26.1 C
Bhubaneswar

କେଉଁଠି ଓ କେତୋଟି ମାଛ ରଖିବେ ଆକ୍ୱାରିୟମରେ : ମାତ୍ର କରନ୍ତୁ ନାହିଁ ଏହି ଭୁଲ୍‌‌..

ବାସ୍ତୁ ଶାସ୍ତ୍ରରେ ମାଛ ଆକ୍ୱାରିୟମ ଘରେ ରଖିବା ଦ୍ୱାରା ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି। ମାତ୍ର ଘରେ ଏହାକୁ ରଖିବା ପୂର୍ବରୁ ଏଥିସହ ଜଡିତ ଥିବା ନିୟମ ଜାଣିବା ନିତାନ୍ତ ଆବଶ୍ୟକ। ଘରେ ସମସ୍ତ ଜିନିଷକୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ନରଖିବା ଦ୍ୱାରା ଜୀବନରେ ଅନେକ ନକରାତ୍ମକ ପ୍ରଭାବ ପଡିଥାଏ। ସେହି ଜିନିଷ ମଧ୍ୟରୁ ଗୋଟିଏ ହେଉଛି ଆକ୍ୱାରିୟମ । ଏହାକୁ ଘରେ ରଖିବା ଶୁଭଙ୍କର ବୋଲି କୁହାଯାଏ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ମାଛ ସକରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ। ନକରାତ୍ମକ ଶକ୍ତିକୁ ଦୂର କରିଥାଏ। ମାତ୍ର ଏହାକୁ କେଉଁ ଦିଗରେ ରଖିବା ଶୁଭଙ୍କର। କେତୋଟି ମାଛ ରଖିବା ଉଚିତ୍‌‌, ତାହା ମଧ୍ୟ ଜାଣନ୍ତୁ..
ମାଛ ଆକ୍ୱାରିୟମରେ କମ୍‌‌ କିମ୍ବା ଅଧିକ ମାଛ ରଖିବା ଉଚିତ୍‌‌ ନୁହେଁ। ବାସ୍ତୁ ଅନୁଯାୟୀ, ଆକ୍ୱାରିୟମରେ ୯ଟି ମାଛ ରଖିବା ଶୁଭଙ୍କର। ଏମାନଙ୍କ ମଧ୍ୟରେ ୮ଟି ନାରଙ୍ଗୀ ଓ ଗୋଟିଏ କଳା ମାଛ ରଖିବା ଉଚିତ୍‌‌।
ମାଛ ଆକ୍ୱାରିୟମକୁ ରଖିବାର ସବୁଠାରୁ ଉତ୍ତମ ସ୍ଥାନ ହେଉଛି, ଉତ୍ତର ପୂର୍ବ ଦିଗ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ଏହି ଦିଗରେ ମାଛ ଆକ୍ୱାରିୟମ ରଖିବା ଦ୍ୱାରା ଘରେ ଶାନ୍ତି ରହିଥାଏ। ସୁଖସମୃଦ୍ଧି ବୃଦ୍ଧି ପାଇବା ସହ ପରିବାର ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ରହିଥାଏ।
ବାସ୍ତୁ ଅନୁଯାୟୀ, ଯେଉଁମାନେ ଘରେ ମାଛ ରଖନ୍ତି, ସେମାନଙ୍କ ଜୀବନରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ସଫଳତା ପ୍ରାପ୍ତି ହୋଇଥାଏ। ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
ବାସ୍ତୁ ଶାସ୍ତ୍ର ଅନୁସାରେ ମାଛ ଆକ୍ୱାରିୟମକୁ ଭୁଲ୍‌‌ରେ ମଧ୍ୟ ରୋଷେଇ ଘରେ ରଖନ୍ତୁ ନାହିଁ। ଏହାକୁ ଶୟନ କକ୍ଷରେ ମଧ୍ୟ ରଖନ୍ତୁ ନାହିଁ। ଏହି ସ୍ଥାନରେ ରଖିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ସମସ୍ୟା ଦେଖାଦେଇଥାଏ।
ବାସ୍ତୁ ଅନୁଯାୟୀ, ଘରର ଦକ୍ଷିଣ ଦିଗରେ ଆକ୍ୱାରିୟମ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଆୟ କମିଥାଏ। ତେଣୁ ଭୁଲ୍‌‌ରେ ମଧ୍ୟ ଏହି ଦିଗରେ ରଖନ୍ତୁ ନାହିଁ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories