www.samajalive.in
Saturday, December 6, 2025
17.1 C
Bhubaneswar

ଦକ୍ଷିଣ ଦିଗ,ମୁଖ୍ୟ କବାଟ ଉପରେ ଘଣ୍ଟା ରଖୁଛନ୍ତି କି? ହେବ ଏହି ସମସ୍ୟା..

ଘଣ୍ଟା ସମୟ ଜଣାଇବାର କାର୍ଯ୍ୟ କରିଥାଏ। ବର୍ତ୍ତମାନ ସମୟରେ ପ୍ରତ୍ୟେକଙ୍କ ହାତରେ ମୋବାଇଲ ଫୋନ ରହିଛି। ଏଥିରେ ଘଣ୍ଟା ମଧ୍ୟ ରହିଛି। ତେବେ ଘରେ ରଖାଯାଉଥିବା ଘଣ୍ଟାର ବଜାରରେ ବିଭିନ୍ନ ଡିଜାଇନ୍‌‌ ରହିଛି। ଘଣ୍ଟା ରହିବା ନିତାନ୍ତ ଜରୁରୀ। ଏହାଦ୍ୱାରା ପ୍ରତ୍ୟେକ କାର୍ଯ୍ୟ ସଠିକ୍‌‌ ଭାବେ ହୋଇଥାଏ। ଏହାସହ ସଠିକ୍‌‌ ସମୟରେ କାର୍ଯ୍ୟ ଆରମ୍ଭ କରି ସଠିକ୍‌‌ ସମୟରେ ଶେଷ କରାଯାଇଥାଏ। ମାତ୍ର ଘରେ ଘଣ୍ଟା ରଖିବା ସମୟରେ କିଛି ବାସ୍ତୁ ନିୟମ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଜାଣନ୍ତୁ ଘଣ୍ଟା ସହ ଜଡିତ କିଛି ନିୟମ..
ଘରେ କଦାପି ଭୁଲ୍‌‌ ଦିଗରେ ଘଣ୍ଟା ରଖନ୍ତୁ ନାହିଁ। ନଚେତ୍‌‌ ଏହା ଦୁର୍ଭାଗ୍ୟର କାରଣ ପାଲଟିଥାଏ। ଭୁଲ୍‌‌ ଦିଗରେ କାନ୍ଥରେ ଘଣ୍ଟା ରଖିଲେ,ଏହା ଆପଣଙ୍କ ସମସ୍ୟାକୁ ବଢାଇଦେବ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ଜିନିଷକୁ ସଠିକ୍‌‌ ସ୍ଥାନରେ ନରଖିଲେ ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହାର ପ୍ରଭାବ ପରିବାର ସଦସ୍ୟଙ୍କ ଉପରେ ପଡିଥାଏ। ଘରେ ସଠିକ୍‌‌ ଦିଗରେ ଘଣ୍ଟା ରଖିଲେ ଅତ୍ୟନ୍ତ ଶୁଭଫଳ ମିଳିଥାଏ। ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ବାସ୍ତୁ ଅନୁଯାୟୀ, ଘରେ କିମ୍ବା କାର୍ଯ୍ୟାଳୟରେ ଦକ୍ଷିଣ ଦିଗରେ ଆଦୌ ଘଣ୍ଟା ରଖନ୍ତୁ ନାହିଁ। ଶାସ୍ତ୍ର ଅନୁଯାୟୀ, ଦକ୍ଷିଣ ଦିଗ ମୃତ୍ୟୁଙ୍କ ଦେବତାଙ୍କ ଦିଗ ବୋଲି କୁହାଯାଏ। ଏପରି କୁହାଯାଏ ବ୍ୟବସାୟ ସ୍ଥଳରେ ଏହି ଦିଗରେ ଘଣ୍ଟା ରଖିବା ଦ୍ୱାରା ବ୍ୟବସାୟରେ ବାଧା ସୃଷ୍ଟି ହେବା ସହ ଉନ୍ନତିରେ ସମସ୍ୟା ଦେଖାଦିଏ। ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ଦକ୍ଷିଣ ଦିଗ ବ୍ୟତୀତ ଘରର ମୁଖ୍ୟ ଦରଜା ଉପରେ ମଧ୍ୟ ଘଣ୍ଟା ରଖିବା ଉଚିତ ନୁହେଁ। ବାସ୍ତୁ ଅନୁଯାୟୀ, ଦରଜା ଉପରେ ଘଣ୍ଟା ରଖିବା ଉଚିତ ନୁହେଁ। ଏହାଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ଅଶାନ୍ତି, ମାନସିକ ଦୁଃଶ୍ଚିନ୍ତା ଲାଗି ରହିଥାଏ। ଆର୍ଥିକ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିଥାଏ। ଘରେ ବନ୍ଦ କିମ୍ବା ଭଙ୍ଗା ଘଣ୍ଟା ମଧ୍ୟ ରଖନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories