www.samajalive.in
Saturday, December 6, 2025
17.1 C
Bhubaneswar

“ପାଇକ ରେଜିମେଣ୍ଟ” ଗଠନ ବକ୍ସିଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ -ପାଇକ ମହାସଂଘ

ଭୁୁବନେଶ୍ୱର : ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ଯାହାଙ୍କୁ ବକ୍ସି ବୋଲି କୁହାଯାଏ ସେ ପାଇକ ଜାତିର କୂଳତିଳକ । ରଣରଙ୍କା ପାଇକମାନଙ୍କର ଅଗ୍ନି ଷ୍ପୁଲିଙ୍ଗ । ଭାରତ ବର୍ଷର ପ୍ରଥମ ସ୍ୱାଧିନତା ସଂଗ୍ରାମ ପାଇକ ବିଦ୍ରୋହର ମହାନାୟକ । ଭାରତବର୍ଷ ସ୍ୱାଧିନତା ଇତିହାସର ମୁଖବନ୍ଧ, ଯଦି କେନ୍ଦ୍ର ସରକାର “ପାଇକ ରେଜିମେଣ୍ଟ” ଗଠନ କରନ୍ତି ତେବେ ଏହା ବକ୍ସିଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ । ଏହା ପ୍ରକାଶ କରିଛନ୍ତି ନିଖିଳ ଓଡିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ । ରାଜ୍ୟ ସଂଯୋଜକ କୋଦାର ଦାସଙ୍କ ସଂଯୋଜନାରେ ବକ୍ସି ଜଗବନ୍ଧୁଙ୍କ ରାଜ୍ୟସ୍ତରୀୟ ସହୀଦ୍ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପାଇକ ଆଖଡ଼ାକୁ ରାଜ୍ୟ କ୍ରୀଡ଼ାର ମାନ୍ୟତା ଦେବା ଏହାକୁ ସ୍କୁଲ କଲେଜରେ ସାମିଲ୍ କରି ସ୍କାଉଟ୍, ଏନ୍.ସି.ସି ଭଳି ମାନ୍ୟତା ଦେବାକୁ କେଦାର ଦାସ ଦାବି କରିଥିଲେ । ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତ୍ପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶଭକ୍ତ ପାଇକ ବିଦ୍ରୋହର ମହାନ୍ ସାରଥି ବକ୍ସିଙ୍କ ପ୍ରତିମୂତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏମାଟିର ସ୍ୱାଧୀନତାର ବହ୍ନି ମହାମାନବ ବକ୍ସିଙ୍କ ଦ୍ୱାରା ପ୍ରଜ୍ଜୋଳିତ ହୋଇଥିଲା । ଯେଉଁ ସ୍ୱାଧିନତା ଅଗ୍ନିରେ ପାଇକମାନେ ଝାସ ଦେଇ ଇଂରେଜ ଶକ୍ତିକୁ ପଦଦଳିତ କରି ଭାରତବର୍ଷର ପ୍ରଥମ ସ୍ୱାଧିନତା ସଂଗ୍ରାମର ବାର୍ତ୍ତା ପ୍ରଦାନ କରିଥିଲେ ।

ଆଜିର ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ପାଇକ ଗୁରୁ ତଥା ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀଙ୍କ ପାଇକ ଆଖଡା କାର୍ଯ୍ୟକ୍ରମରେ ଢାଲ, ତରବାରୀର ଗର୍ଜନ ପ୍ରତ୍ୟେକ ପାଇକଙ୍କ ଦେହରେ ଶିହରଣ ସୃଷ୍ଟି କରିଥିଲା । ସୁକାନ୍ତ ଷଣ୍ଢଙ୍କ ତରବାରୀ ଚାଳନା, କେଦାର ଦାସଙ୍କ ବନାଟି ପ୍ରତ୍ୟେକଙ୍କ ମନରେ ଶିହରଣ ସୃଷ୍ଟି କରିଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ଭୀମସେନ ପାଇକରାୟ, ରାଜ୍ୟ ଉପଦେଷ୍ଟା ଭୀମସେନ ବିଶା୍ୱଳ, ବିଭୁତି ଭୂଷଣ ସ୍ୱାଇଁ, ଅବସର ପ୍ରାପ୍ତ ପୋଲିସ ପ୍ରଶାସକ ବିଜୟ କୁମାର ଆଇଚ, ପାଇକ ଗୁରୁ ଭାସ୍କର ସୁନ୍ଦରରାୟ, ମୁଖପାତ୍ର, ଯୁବ ସାମ୍ବାଦିକ ରାଜୀବ ନୟନ ରଥ, ଅଧିବକ୍ତା ଅକ୍ଷୟ କୁମାର ଜେଠୀ, ଗଡଦୋକନ୍ଦା ଦଳବେହେରା ମନୋରଞ୍ଜନ ପଶ୍ଚିମ କବାଟ, ବାଣପୁର ପାଇକ ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସମ୍ପାଦକ ବିଜୟ ବେହେରା, ଗଡ଼ ଖୋର୍ଦ୍ଧା ପାଇକ ନେତା ଦିଲୁ, ଜଗତସିଂହପୁର ସଭାପତି ବିଦ୍ୟାଧର ନାଏକ, ଭୁବନେଶ୍ୱର ସଭାପତି ଅଜୟ ନାୟକ, ତଥା ଓଡିଶାର ସମସ୍ତ ଜିଲ୍ଲାର ପାଇକ ମହାସଂଘ ପାଇକ ଶର୍ଦ୍ଦାରମାନେ ଯୋଗଦାନ କରିଥିଲେ । ଶେଷରେ ପାଇକ ଆଖଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories