www.samajalive.in
Friday, December 5, 2025
26.1 C
Bhubaneswar

ଇଣ୍ଡିଆ ମେଣ୍ଟକୁ ବଡ ଝଟକା: ଏକାକୀ ଲୋକସଭା ନିର୍ବାଚନ ଲଢିବାକୁ ଘୋଷଣା କଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ: ଆଗାମୀ ସାଧାରଣ ନିର୍ବାଚନରେ ମୋଦୀ ସରକାରଙ୍କୁ ଶାସନ ଗାଦିରୁ ହଟାଇବା ପାଇଁ ବିରୋଧୀ ଦଳ କରିଥିବା ଇଣ୍ଡିଆ ମେଣ୍ଟକୁ ବଡ ଝଟକା ଲାଗିଛି । କାରଣ ଆଗାମି ଲୋକସଭା ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଇଣ୍ଡିଆ ମେଣ୍ଟର ସଦସ୍ୟ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ଟିମଏସି ଏକାକୀ ଲଢିବାକୁ ଘୋଷଣା କରାଯାଇଛି । ମମତା କହିଛନ୍ତି ଯେ କଂଗ୍ରେସ ଆମର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି, ତେଣୁ ଆମେ କେବଳ ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତି ନେଇଛୁ ।
ବୁଧବାର ଏହି ବଡ ଘୋଷଣା କରିବା ସହ ମମତା କଂଗ୍ରେସ ଏବଂ ବାମପନ୍ଥୀ ଦଳ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ମମତା ବାନାର୍ଜୀ ଦାବି କରିଛନ୍ତି ଯେ ତାଙ୍କର ସବୁ ପ୍ରସ୍ତାବ ପ୍ରତ୍ୟାଖ୍ୟାନ ହୋଇଛି ତେଣୁ ସେ ଏକାକୀ ଯୁଦ୍ଧ କରିବାକୁ ନିଷ୍ପତି ନେଇଛନ୍ତି ।

ଦିଦିଙ୍କ ସୂଚନା ଅନୁଯାୟୀ ଟିଏମସି ପଶ୍ଚିମବଙ୍ଗରେ କାହା ସହ ସମନ୍ୱୟ ରକ୍ଷା କରିବ ନାହିଁ । ତାଙ୍କ ଦଳକୁ ପଶ୍ଚିମବଙ୍ଗରେ ଭାରତ ଯୋଡୋ ନ୍ୟାୟ ଯାତ୍ରାର ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ । କିମ୍ବା କଂଗ୍ରେସ ସେମାନଙ୍କ ସହ ଏବିଷୟରେ କିଛି ଆଲୋଚନା କରିନାହିଁ । କ୍ଷୋଭ ପ୍ରକାଶ କରିବା ସହ ମମତା କହିଛନ୍ତି ଯେ ପଶ୍ଚିମବଙ୍ଗ ସହ କଂଗ୍ରେସର କୌଣସି ସମ୍ପର୍କ ନାହିଁ । ପ୍ରଥମ ଦିନରେ ତାଙ୍କ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରାଯାଇଥିଲା ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories